
ଭୁବନେଶ୍ୱର, 26 ମେ (ହି.ସ.)- ପଦ୍ମଶ୍ରୀ
ସମ୍ମାନରେ ସମ୍ମାନିତ ହୋଇଥିବା ଓଡ଼ିଶାର ଡ଼. ମହେନ୍ଦ୍ର କୁମାର ମିଶ୍ରଙ୍କୁ ଶୁଭେଚ୍ଛା
ଜଣାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତା ଜାରି କରି ମନ୍ତ୍ରୀ କହିଛନ୍ତି ଯେ, ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା
'ପଦ୍ମଶ୍ରୀ' ସମ୍ମାନରେ ସମ୍ମାନିତ ସାହିତ୍ୟିକ ଡ଼ଃ. ମହେନ୍ଦ୍ର କୁମାର ମିଶ୍ରଙ୍କୁ
ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଜନଜାତୀୟ ଲୋକଗୀତ କାହାଣୀ ଓ ପରମ୍ପରାକୁ ଶବ୍ଦର ରୂପ
ଦେଇ ଏହାକୁ ବିଶ୍ୱ ଦରବାରରେ ପରିଚୟ ଦେଇଥିବାରୁ
ଆପଣଙ୍କର ଏହି ସଫଳତା ସମଗ୍ର ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବର ବିଷୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା