ମଦନପୁର ରାମପୁରଠାରେ ନିର୍ମାଣାଧୀନ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ 6ଜଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ସହାୟତା ଘୋଷଣା
ଭୁବନେଶ୍ୱର, 26 ମେ (ହି.ସ.)- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରଠାରେ ନିର୍ମାଣାଧୀନ ସ୍ଥାନରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ୬ ଜଣଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ
ମଦନପୁର ରାମପୁରଠାରେ     ନିର୍ମାଣାଧୀନ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ 6ଜଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ     ପ୍ରକାଶ, ସହାୟତା ଘୋଷଣା


ଭୁବନେଶ୍ୱର, 26 ମେ (ହି.ସ.)- କଳାହାଣ୍ଡି

ଜିଲ୍ଲା ମଦନପୁର ରାମପୁରଠାରେ ନିର୍ମାଣାଧୀନ ସ୍ଥାନରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ୬ ଜଣଙ୍କର

ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା

ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର

ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

କରିଛନ୍ତି।

କଳାହାଣ୍ଡି ଜିଲ୍ଲା

ମଦନପୁର ରାମପୁରଠାରେ ନିର୍ମାଣାଧୀନ ସ୍ଥାନରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬

ଜଣ ମୃତକଙ୍କ ପରିଚୟ ହେଲା, ନିମାଇଁ ଚରଣ ପାଲ୍ (ପିତା- ଗଙ୍ଗାଧର ପାଲ୍), ଆକାଶ ପାଲ୍ (ପିତା- ନିମାଇଁ ଚରଣ ପାଲ୍), ଆଦଲ ମାଝୀ

(ପିତା- ବିଷ୍ଣୁ ମାଝୀ), ବୈକୁଷ୍ଠ ଜାଲ୍(ପିତା- ମଧୁ ଜାଲ୍), ମନରଞ୍ଜନ ହାତୀ (ପିତା- ଧନସାଗର ହାତୀ), ଛାନ୍ଦ ଜାଲ୍

(ପିତା- ବଳଦେବ ଜାଲ୍) ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande