କେନ୍ଦ୍ରାପଡା ବ୍ଲକରେ ଏସଆଇଆର ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡା, ୨୬ ମଇ (ହି.ସ.)- କେନ୍ଦ୍ରାପଡାରେ ଏସ୍.ଆଇ.ଆର୍. କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହାକୁ ଆହୁରି ତ୍ୱରିତ କରିବା ପାଇଁ କେନ୍ଦ୍ରାପଡା ବ୍ଲକ ସମ୍ମିଳନୀ କକ୍ଷରେ ବିଏଲ୍ଓ ଓ ବିଏଲ୍ଓ ସୁପରଭାଇଜର୍ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ
କେନ୍ଦ୍ରାପଡା ବ୍ଲକରେ ଏସ୍.ଆଇ.ଆର୍ ର ପ୍ରଶିକ୍ଷଣ ଶିବିର ।


କେନ୍ଦ୍ରାପଡା, ୨୬ ମଇ (ହି.ସ.)- କେନ୍ଦ୍ରାପଡାରେ ଏସ୍.ଆଇ.ଆର୍. କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହାକୁ ଆହୁରି ତ୍ୱରିତ କରିବା ପାଇଁ କେନ୍ଦ୍ରାପଡା ବ୍ଲକ ସମ୍ମିଳନୀ କକ୍ଷରେ ବିଏଲ୍ଓ ଓ ବିଏଲ୍ଓ ସୁପରଭାଇଜର୍ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ତତ୍ୱବଧାନରେ କେନ୍ଦ୍ରାପଡା ବିଡିଓ ଅଭିଶେକ ସ୍ୱାଇଁ, ଡବ୍ଲ୍ୟୁ.ଇ.ଓ ସୁଭ୍ରଜିତ୍ ରାଉତ, ସହକାରୀ ଜିଲ୍ଲାପାଳ ଶାନ୍ତିଲତା ବୁଢିଆଳ, ସୁନିତା ମହାପାତ୍ର, ଏବିଡିଓ ନିରଞ୍ଜନ ଗୁରୁ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ବିଏଲ୍ଓ ଓ ବିଏଲ୍ଓ ସୁପରଭାଇଜର୍ ଘର ଘର ବୁଲି ସର୍ଭେ କରିବେ ।

ଏଥିରେ ଅଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ୍ ଦେବା, ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ଯୋଡିବା, ଭୋଟର ତାଲିକା ସଂଶୋଧନ କରିବା ଆଦି କାର୍ଯ୍ୟଗୁଡିକୁ ସୁଚାରୁରୂପେ କରିବେ । ଯେଭଳି ଭାବରେ କୈାଣସି ଯୋଗ୍ୟ ଭୋଟର୍ ବାଦ୍ ନ ପଡୁ ସେଥିପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ସ୍ଥାନରୁ ବିଭା ହୋଇ ଆସିଥିବା ବୋହୁଙ୍କର ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରି ପ୍ରମାଣ ସହିତ ତାଙ୍କ ନାମକୁ ଭୋଟର୍ ଲିଷ୍ଟରେ ଯୋଡିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଦୁଇଦିନ ଧରି ଚାଲିବ ବୋଲି ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande