
ଭୁବନେଶ୍ୱର, 26 ମେ
(ହି.ସ) ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେଆଉ ଜଣେ ଅଭିଯୁକ୍ତ ଗିରଫ । କେନ୍ଦ୍ରାପଡ଼ା ଇନ୍ଦୁପୁରରୁ ଗିରଫ କଲା
କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ଭୁବନେଶ୍ୱର ସତ୍ୟନଗରର ବିନୋଦ ବେହେରା । ପୂର୍ବରୁ ୧୫ ଜଣ
ଗିରଫ ହୋଇଥିଲେ । ଏବେଗିରଫଦାରୀ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ବାଲିଅନ୍ତା
ସୌମ୍ୟ ହତ୍ୟା ଘଟଣାରେ ଆଉ ୮ରୁ ୧୦ ଜଣ ସ୍କାନରରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି
କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ । ୮ରୁ ୧୦ ଜଣଙ୍କୁ ଚିହ୍ନଟ କରିଛୁ, ଖୁବଶୀଘ୍ର ସେମାନଙ୍କୁ ଗିରଫ କରିବୁ । ଯେଉଁମାନେ ଏମାନଙ୍କୁ
ଲୁଚିବାରେ ସାହାଯ୍ୟ କରୁଛନ୍ତି ସେମାନେ କ୍ଷାନ୍ତ ରୁହନ୍ତୁ । ଏହା ଏକ ଅପରାଧ, ସେମାନେ ବି ଗିରଫ ହେବେ ବୋଲି କ୍ରାଇମବ୍ରାଞ୍ଚ ଆଇଜି କହିଛନ୍ତି ।
ସେ କହିଛନ୍ତି ଯେ,ଆଜି
ଗିରଫ ହୋଇଥିବା ବିନୋଦ ବେହେରା କେନ୍ଦ୍ରାପଡ଼ାରେ ଲୁଚିଥିଲା । ଘଟଣା ଦିନ ଆକ୍ରମଣରେ ବିନୋଦ
ସଂପୃକ୍ତ ଥିଲା, କୌଣସି
ପୂର୍ବ ଶତ୍ରୁତା ନଥିବା ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା