ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଜ୍ୟର ବିକାଶ ଉପରେ କଲେ ଆଲୋଚନା
ନୂଆଦିଲ୍ଲୀ, ମେ ୨୬ (ହି.ସ.) - ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ତ୍ରିପୁରାର ସାମଗ୍ରିକ ବିକାଶ, ସୁଶାସନ ଏବଂ ସାଂଗଠନିକ ପ୍ରସଙ୍ଗରେ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପି. ଏମ୍.
ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଜ୍ୟର ବିକାଶ ଉପରେ କଲେ ଆଲୋଚନା


ନୂଆଦିଲ୍ଲୀ, ମେ ୨୬ (ହି.ସ.) - ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ତ୍ରିପୁରାର ସାମଗ୍ରିକ ବିକାଶ, ସୁଶାସନ ଏବଂ ସାଂଗଠନିକ ପ୍ରସଙ୍ଗରେ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପି. ଏମ୍. ଓ.) ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ. ରେ ପୋଷ୍ଟ କରି କହିଛି ଯେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ସାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ଅନ୍ୟ ଏକ ସୋସିଆଲ ମିଡିଆ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ମାଣିକ ସାହା ସୂଚନା ଦେଇଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଦେଶ ପାଇଁ ୧୨ ବର୍ଷର ସେବା ପୂରଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ଭିତିଭୂମି ବିକାଶ, ଡିଜିଟାଲ ଇଣ୍ଡିଆ, ସ୍ୱଚ୍ଛ ଭାରତ, ଆୟୁଷ୍ମାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ପଦକ୍ଷେପ କୋଟି କୋଟି ଲୋକଙ୍କୁ ଉପକୃତ କରିଛି ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଷ୍ଠାକୁ ସୁଦୃଢ଼ କରିଛି।

ସେ ପ୍ରଧାନମନ୍ତ୍ରୀଙ୍କୁ 'ମାତା ତ୍ରିପୁରା ସୁନ୍ଦରୀ ମନ୍ଦିର' ଏବଂ ଏହାର ପୁନଃବିକଶିତ ପରିସରର ଏକ ଫଟୋ ମଧ୍ୟ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରସାଦ ଯୋଜନା ଅଧୀନରେ ବିକଶିତ ହୋଇଥିବା ଏହି ମନ୍ଦିର ବର୍ତମାନ ସାରା ଦେଶରୁ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି, ଯାହା ଏହାର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱକୁ ବୃଦ୍ଧି କରୁଛି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande