ଏନସିସି ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ
ଜୟପୁର, ୨୬ ମଇ (ହି.ସ.)- ୧୫ ଓଡ଼ିଶା ବ୍ୟାଟାଲିଅନ୍ ଏନ୍ସିସି, ଜୟପୁର ଦ୍ୱାରା ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ଏହି ଶିବିରର ସମାପନୀ ଉତ୍ସବ ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଥିଲା। ଏହି ସମାରୋହରେ ବିକ୍ରମ ଦେବ ବିଶ୍ୱବିଦ୍ୟ
ଏନସିସି ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ


ଜୟପୁର, ୨୬ ମଇ (ହି.ସ.)- ୧୫ ଓଡ଼ିଶା ବ୍ୟାଟାଲିଅନ୍ ଏନ୍ସିସି, ଜୟପୁର ଦ୍ୱାରା ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ଏହି ଶିବିରର ସମାପନୀ ଉତ୍ସବ ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଥିଲା।

ଏହି ସମାରୋହରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ୟାଡେଟମାନଙ୍କୁ ଉତ୍ସାହିତ କରିଥିଲେ। ସେ ନିଜ ଅଭିଭାଷଣରେ ଏନ୍ସିସି ଦ୍ୱାରା ଶୃଙ୍ଖଳା, ଦେଶପ୍ରେମ ଓ ନେତୃତ୍ୱ ଗୁଣର ବିକାଶ ବିଷୟରେ ଆଲୋକପାତ କରିଥିଲେ।

ଶିବିର ଅବଧିରେ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ଯଥା ଡ୍ରିଲ୍, ଅସ୍ତ୍ର ପ୍ରଶିକ୍ଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳକୁଦ ଏବଂ ଜ୍ଞାନମୂଳକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ କୃତୀ କ୍ୟାଡେଟମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ପଦକ ଓ ପୁରସ୍କାର ବିତରଣ କରି ସମ୍ମାନିତ କରିଥିଲେ। ଶିବିରରେ କ୍ୟାଡେଟମାନେ ଶାରୀରିକ, ମାନସିକ ଓ ନୈତିକ ଶିକ୍ଷା ଗ୍ରହଣ କରି ନିଜମାନଙ୍କର ବ୍ୟକ୍ତିତ୍ୱର ବିକାଶ କରିପାରିଥିଲେ। ସମାପନୀ ଉତ୍ସବରେ କ୍ୟାଡେଟମାନଙ୍କ ଡ୍ରିଲ୍ ପ୍ରଦର୍ଶନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନକୁ ଆକର୍ଷିତ କରିଥିଲା।

ଶିବିରର ଶେଷ ପର୍ଯ୍ୟାୟରେ କମାଣ୍ଡିଙ୍ଗ ଅଫିସର ଲେଫ୍ଟେନାଣ୍ଟ କର୍ଣ୍ଣେଲ ପ୍ରୀତି ରଞ୍ଜନ ଦାସ ତାଙ୍କର ସମାପନୀ ଅଭିଭାଷଣରେ କ୍ୟାଡେଟମାନଙ୍କ ଶୃଙ୍ଖଳା, ପରିଶ୍ରମ ଓ ସକ୍ରିୟ ଅଂଶଗ୍ରହଣକୁ ଭୁରିଭୁରି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏପରି ପ୍ରଶିକ୍ଷଣ ଶିବିର କ୍ୟାଡେଟମାନଙ୍କ ମନରେ ଦେଶସେବାର ଭାବନା ସୃଷ୍ଟି କରିବା ସହ ତାଙ୍କୁ ଭବିଷ୍ୟତର ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ି ତୋଳିଥାଏ। ସେ ସମସ୍ତ ଏଏନଓ, ପିଆଇ ଷ୍ଟାଫ ଏବଂ କ୍ୟାଡେଟମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।

ଶେଷରେ ଶିବିର ଅଧିକାରୀମାନେ ସମସ୍ତ ଅତିଥି, ଏଏନଓ, ପିଆଇ ଷ୍ଟାଫ ଏବଂ କ୍ୟାଡେଟମାନଙ୍କୁ ଧନ୍ୟବାଦ ଜଣାଇ ଶିବିରର ସଫଳ ସମାପନ ଘୋଷଣା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande