ଦାଦନ ଖଟିବାକୁ ଯାଇ ଚାରି ବର୍ଷ ହେବ ଘର ମୁଖିଆ ନିଖୋଜ, କଅଁଳ କାନ୍ଧରେ ଏବେ ପରିବାରର ବୋଝ
ଜୟପୁର, ୨୬ ମଇ (ହି.ସ.)- କୋରାପୁଟ ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ଦାଦନ ଦୁଃଖ l ପରିବାର ଚଳାଇବା ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଗଲେ ବାପା । ଉଦ୍ଦେଶ୍ୟ ଥିଲା ଦୁଇ ପଇସା ରୋଜଗାର କରି ଆଣିବେ ପରିବାରର ଦୁଃଖ ଦୂର କରିବେ କିନ୍ତୁ ଦାଦନ ଯାଇ ଚାରି ବର୍ଷ ହେବ ନିଖୋଜ ଅଛନ୍ତି ଘରର ମୁଖିଆ l
ଦାଦନ ଖଟିବାକୁ ଯାଇ ଚାରି ବର୍ଷ ହେବ ଘର ମୁଖିଆ ନିଖୋଜ, କଅଁଳ କାନ୍ଧରେ ଏବେ ପରିବାର ବୋଝ -


ଜୟପୁର, ୨୬ ମଇ (ହି.ସ.)- କୋରାପୁଟ ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ଦାଦନ ଦୁଃଖ l ପରିବାର ଚଳାଇବା ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଗଲେ ବାପା । ଉଦ୍ଦେଶ୍ୟ ଥିଲା ଦୁଇ ପଇସା ରୋଜଗାର କରି ଆଣିବେ ପରିବାରର ଦୁଃଖ ଦୂର କରିବେ କିନ୍ତୁ ଦାଦନ ଯାଇ ଚାରି ବର୍ଷ ହେବ ନିଖୋଜ ଅଛନ୍ତି ଘରର ମୁଖିଆ l ସେପଟେ ପୁଅ ପେଟ ପାଇଁ ପାଠ ଛାଡିଛି, କୁଲି କାମ କରି ପରିବାର ଚଳାଉଛି l ଏଭଳି ଘଟଣା କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ବାଗଦିରୀର ନିଖୋଜ ଦୁର୍ଯ୍ୟୋଧନଙ୍କ ପରିବାର ନିକଟରେ ଦେଖିବାକୁ ମିଳିଛି l କୁନ୍ଦୁରା ବ୍ଲକ ବାଗଦିରୀ ଗାଁ ର ଦୁର୍ଯ୍ୟୋଧନ ପାଇକ ଜଣେ କୁଲି ମଜୁରିଆ l ସେ କଷ୍ଟେ ମଷ୍ଟେ ନିଜ ପରିବାର ଚଳାଉ ଥିଲେ l ହେଲେ ଗରିବ ଶ୍ରେଣୀର ହେତୁ ତାଙ୍କର ଆର୍ଥିକ ଅନଟନ ଲାଗିରହିଥିଲା l ଦୁଇ ପଇସା ଅଧିକ ରୋଜରାଗ କରିବେ ଆଉ ପରିବାରର ଦୁଃଖ ଦୂର କରିବେ,ଏହି ଆଶା ନେଇ ଦୁର୍ଯ୍ୟୋଧନ ଚାରି ବର୍ଷ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ହେଲେ ସେ ଏ ଯାଏଁ ଘରକୁ ଫେରିଲେ ନାହିଁ। ତାଙ୍କ ସହ ପରିବାର ଲୋକଙ୍କ ଯୋଗାଯୋଗ ନାହିଁ । ତେଣୁ ଚିନ୍ତାରେ ପଡ଼ି ଯାଇଛନ୍ତି ଦୁର୍ଯ୍ୟୋଧନଙ୍କ ପରିବାର ପୁଅ ମିଥୁନ, ଝିଅ ବରୁଣୀ ପାଇକ ଓ ସ୍ତ୍ରୀ ପଦ୍ମା ପାଇକ । ଚାରି ବର୍ଷ ହେବ ଅସହାୟ ଅବସ୍ଥାରେ କେବଳ ସ୍ଵାମୀଙ୍କ ଫଟୋକୁ ଧରି ଗାଁର ଫେରିବା ରାସ୍ତାକୁ ଅନାଇ ବସିଛନ୍ତି ସ୍ତ୍ରୀ l ସେପଟେ ପେଟ ପାଇଁ ପାଠ ଛାଡିଲେ ପୁଅ ମିଥୁନ ପାଇକ l ଏବେ କଅଁଳ କାନ୍ଧରେ ପରିବାରର ବୋଝ, ଘରର ଆର୍ଥିକ ସମସ୍ୟା ପାରିବାରିକ ଦାୟିତ୍ୱ ବଢିଗଲା l ମାଆ ଓ ଭଉଣୀଙ୍କୁ ନେଇ କୁଲି ବୃତି କରି ବଡ଼ କଷ୍ଟରେ ପରିବାର ଚଳାଉଛନ୍ତି ମିଥୁନ । ଏଣୁ ସରକାରୀ ସହାୟତା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି

ପରିବାର ଲୋକେ l ଦୁର୍ଯ୍ୟୋଧନ ପାଇକ ୨୦୨୩ ମସିହାରେ ଗାଁର କିଛି ଲୋକଙ୍କ ସହିତ ହାଇଦ୍ରାବାଦ ଦାଦନ ଖଟିବା ପାଇଁ ଯାଇଥିଲେ l ହେଲେ ସାଥିରେ ଯାଇଥିବା ଗାଁ ଲୋକେ ଘରକୁ ଫେରିଲେ କିନ୍ତୁ ଚାରି ବର୍ଷ ବିତିଲାଣି ଦୁର୍ଯ୍ୟୋଧନ ପାଇକ ଆଉ ଫେରି ନାହାନ୍ତି l ଏନେଇ ପ୍ରଥମେ କୁନ୍ଦୁରା ଥାନାର ଦ୍ଵାରସ୍ଥ ହୋଇଛନ୍ତି ଦୁର୍ଯ୍ୟୋଧନ ପାଇକଙ୍କ ସ୍ତ୍ରୀ ପଦ୍ମା ପାଇକ l ତା' ପରେ କୋରାପୁଟ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ପରେ ୧୮୪/୨୦୨୩ ଅନୁଯାଇ ନିଖୋଜ ମାମଲା ରୁଜୁ ହୋଇଛି ଏବଂ ଗତ ତା ୧୧-୧୧-୨୦୨୪ ରିଖ ଦିନକୁ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲାପାଳଙ୍କ ଜନଶୁଣାଣିରେ ମଧ୍ୟ ଅଭିଯୋଗ ହୋଇଛି l କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଖବର ନାହିଁ l ଏଣୁ ଦୁର୍ଯ୍ୟୋଧନଙ୍କୁ ଖୋଜିଆଣିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ସରପଞ୍ଚ ଏବଂ ଗାଁ ର ରଘୁନାଥ ବିଶୋଇ, ସେନାପତି ନାୟକ l କେବଳ ଯେ କୁନ୍ଦୁରାର ବାଗଦିରୀ ଅଂଚଳ ନୁହଁ ସମଗ୍ର କୋରାପୁଟ ଜିଲ୍ଲାରେ ଏଭଳି ଦାଦନ ସମସ୍ୟା ଚିନ୍ତା ବଢ଼ାଉଛି l ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଚାଲିଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande