ଗୋକୁଳଧାମ ବାସୀଙ୍କ ସମସ୍ୟା ଶୁଣିଲେ ନରସିଂହ : ଦୁର୍ଘଟଣା ଏଡାଇବା ପାଇଁ ବ୍ୟାରିକେଡ ବ୍ୟବସ୍ଥା, ଡ୍ରେନରେ ଢାଙ୍କୁଣି ଓ ରାସ୍ତା ନିର୍ମାଣ ପାଇଁ ଦାବି
ବଲାଙ୍ଗିର, ୨୬ ମଇ (ହି.ସ.)- ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିରର ୱାର୍ଡ ନଂ.୯ ସ୍ଥିତ ଗୋକୁଳଧାମ ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିଛନ୍ତି । ବିଶେଷ କରି ସମ୍ବଲପୁର ରୋଡକୁ ଗୋକୁଳଧାମ କୁ ଆସି ସଂଯୋଗ ହୋଇଥିବା ରାସ୍ତାରେ ବହୁତ ଯାନବାହନ ଚଳାଚଳ ହେଉଥିବାରୁ ଏହି ଅଂଚଳଟି ଦୁର୍ଘଟଣା ପ୍ରବଣ ଅ
ଗୋକୁଳଧାମ ବାସୀଙ୍କ ସମସ୍ୟା ଶୁଣିଲେ ନରସିଂହ ଦୁର୍ଘଟଣା ଏଡାଇବା ପାଇଁ ବେରେକେଡ ବ୍ୟବସ୍ଥା, ଡ୍ରେନରେ ଢାଙ୍କୁଣି ଓ ରାସ୍ତା ନିର୍ମାଣ ପାଇଁ ଦାବି


ବଲାଙ୍ଗିର, ୨୬ ମଇ (ହି.ସ.)- ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିରର ୱାର୍ଡ ନଂ.୯ ସ୍ଥିତ ଗୋକୁଳଧାମ ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିଛନ୍ତି । ବିଶେଷ କରି ସମ୍ବଲପୁର ରୋଡକୁ ଗୋକୁଳଧାମ କୁ ଆସି ସଂଯୋଗ ହୋଇଥିବା ରାସ୍ତାରେ ବହୁତ ଯାନବାହନ ଚଳାଚଳ ହେଉଥିବାରୁ ଏହି ଅଂଚଳଟି ଦୁର୍ଘଟଣା ପ୍ରବଣ ଅଂଚଳ ଭାବେ ବେଶ ପରିଚିତ । କିଛି ଦିନ ପୂର୍ବରୁ ଗୋକୁଳଧାମର ଜଣେ ଯୁବକ ସାନ୍ଧ୍ୟ ଭ୍ରମଣ ସମୟରେ ଭୟଙ୍କର ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ସେ ଭୁବନେଶ୍ୱରରୁ ଉଚ୍ଚତର ଚିକିତ୍ସା ପରେ ଘରେ ତାଙ୍କ ଚିକିତ୍ସା ଜାରି ରହିଛି । ଶ୍ରୀ ମିଶ୍ର ଚିକିତ୍ସିତ ଯୁବକ ହିମାଂଶୁ ଶେଖର ପଣ୍ଡାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପୂର୍ବରୁ ମଧ୍ୟ ସେହି ସମାନ ଅଂଚଳରେ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ହୋଇଛି । ତେଣୁ ଗୋକୁଳଧାମରୁ ସମ୍ବଲପୁର ଜାତୀୟ ରାଜପଥକୁ ସଂଲଗ୍ନ ରାସ୍ତାରେ ସ୍ପିଡ ବ୍ରେକର କିମ୍ବା ସ୍ଥାନାନ୍ତର ହୋଇପାରୁଥିବା ବ୍ୟାରିକେଟ ଲଗାଇବାର ବ୍ୟବସ୍ଥା କରାଇବାକୁ ଶ୍ରୀ ମିଶ୍ରଙ୍କ ଆଗରେ ସ୍ଥାନୀୟ ବାସିନ୍ଦା ଦାବି କରିଥିଲେ । ଏହା ସହ ବିଜୁଳି ଖୁଣ୍ଟ ଗୁଡିକରେ ଲାଇଟ ଜଳୁନଥିବାରୁ ଅଂଚଳ ଅନ୍ଧକାର ହୋଇଯାଉଥିବା, ଡ୍ରେନ ଗୁଡିକରେ ଢାଙ୍କୁଣି ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା, ଗୋକୁଳଧାମର କିଛି ଅଂଚଳରେ ଟେଣ୍ଡର ସରି ଯାଇଥିବା ସତ୍ୱେ ରାସ୍ତା କାମ ଆରମ୍ଭ ହୋଇନଥିବା ଏବଂ ଗୋକୁଳଧାମ ଅଂଚଳରେ ଯାଇଥିବା ୩୩ କେଭି ବିଦ୍ୟୁତ ତାର ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆଲୋଚନା ବେଳେ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ମିଶ୍ର ଦୁର୍ଘଟଣା ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କୁ ଫୋନ ଯୋଗେ ଦୁର୍ଘଟଣା ପ୍ରବଣ ରାସ୍ତାରେ ବ୍ୟାରିକେଡ୍ ବ୍ୟବସ୍ଥା କରିବାକୁ କହିଥିଲେ ଏବଂ ପୋଲିସ ଅଧିକ୍ଷକ ଅତିଶିଘ୍ର ପଦକ୍ଷେପ ନେବେ ବୋଲି ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇଥିଲେ । ପୌର ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ରାସ୍ତା ନିର୍ମାଣ ଓ ଡ୍ରେନ ର ଢାଙ୍କୁଣିର ବ୍ୟବସ୍ଥା କରିବାକୁ ଏବଂ ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ୩୩ କେଭି ତାର ଶିଘ୍ର ସ୍ଥାନାନ୍ତରିତ କରିବାକୁ ଶ୍ରୀ ମିଶ୍ର ଫୋନ ମାଧ୍ୟମରେ କହିଥିଲେ । ଉଭୟ ଅଧିକାରୀ ଏହି ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏହି ଆଲୋଚନା ବେଳେ ଗୋକୁଳ ଧାମର ଶିରିଶ ଚନ୍ଦ୍ର ହୋତା, ଗୌର ହରି ଦାଶ, ଦିଲିପ ଦାଶ, ସନ୍ତୋଷ ଦାଶ, ଅମ୍ବରିଶ ଦାଶ, ଛେଲାରାମ ଜେସୱାଲ, ଲିଙ୍ଗରାଜ ମେହେର, ବିକାଶ ହୋତା, ହିମାଂଶୁ ପଣ୍ଡା, ବାସୁଦେବ ନାଥ, ଆଦର୍ଶ ଅଗ୍ରୱାଲ ଏବଂ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଲୋକ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande