ଆଦାନୀ ମୁନ୍ଦ୍ରା ବିମାନ ବନ୍ଦରରୁ ଆରମ୍ଭ ହେଲା ବାଣିଜ୍ୟିକ ବିମାନ ସେବା
କଚ୍ଛକୁ ମୁମ୍ବାଇ ଏବଂ ଗୋଆ ସହିତ ଯୋଡ଼ିଛି ମୁନ୍ଦ୍ରା(ଗୁଜରାଟ), ୨୩ ଜୁନ୍(ହି.ସ.) – ଆଦାନୀ ମୁନ୍ଦ୍ରା ଆନ୍ତର୍ଜାତୀୟ ବିମାନବନ୍ଦର ମଙ୍ଗଳବାର ଦିନ ପ୍ରଥମ ବାଣିଜ୍ୟିକ ଉଡ଼ାଣର ସଫଳ ଅବତରଣ ସହିତ ନିୟମିତ ବିମାନ ଚଳାଚଳ ଆରମ୍ଭ କରିଛି। ଗୋଆରୁ ଷ୍ଟାର ଇଣ୍ଡିଆର ବିମାନକୁ ଅବତରଣ କରିବା ପରେ ଏକ ଜଳ ତୋପ ସାଲ
ଆଦାନୀ ମୁନ୍ଦ୍ରା ବିମାନ ବନ୍ଦରରୁ ଆରମ୍ଭ ହେଲା ବାଣିଜ୍ୟିକ ବିମାନ ସେବା


କଚ୍ଛକୁ ମୁମ୍ବାଇ ଏବଂ ଗୋଆ ସହିତ ଯୋଡ଼ିଛି

ମୁନ୍ଦ୍ରା(ଗୁଜରାଟ), ୨୩ ଜୁନ୍(ହି.ସ.) – ଆଦାନୀ ମୁନ୍ଦ୍ରା ଆନ୍ତର୍ଜାତୀୟ ବିମାନବନ୍ଦର ମଙ୍ଗଳବାର ଦିନ ପ୍ରଥମ ବାଣିଜ୍ୟିକ ଉଡ଼ାଣର ସଫଳ ଅବତରଣ ସହିତ ନିୟମିତ ବିମାନ ଚଳାଚଳ ଆରମ୍ଭ କରିଛି। ଗୋଆରୁ ଷ୍ଟାର ଇଣ୍ଡିଆର ବିମାନକୁ ଅବତରଣ କରିବା ପରେ ଏକ ଜଳ ତୋପ ସାଲ୍ୟୁଟ ସହିତ ଭବ୍ୟ ସ୍ୱାଗତ କରାଯାଇଥିଲା। ଆଦାନୀ ଏୟାରପୋର୍ଟ ହୋଲ୍ଡିଂସ ଲିମିଟେଡ (ଏଏଏଚ୍ଏଲ୍) ର ନିର୍ଦ୍ଦେଶକ ଶ୍ରୀ ଜିଟ୍ ଆଦାନୀ ମଧ୍ୟ ମୁନ୍ଦ୍ରା ବିମାନ ବନ୍ଦରର ନବନିର୍ମିତ ଟର୍ମିନାଲକୁ ଉଦଘାଟନ କରିଥିଲେ।

ଏ.ଏ.ଏଚ୍.ଏଲ୍. ନିର୍ଦ୍ଦେଶକ ଜିତ ଆଦାନୀ ମୁନ୍ଦ୍ରା ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହେବା ନେଇ ଖୁସି ବ୍ୟକ୍ତ କରି ଏହାକୁ ଏକ ଐତିହାସିକ ଦିନ ବୋଲି କହିଛନ୍ତି। ସେ କହିଥିଲେ ଯେ ଏହି ବିମାନ ସେବା ଆରମ୍ଭ ହେବା ଦ୍ୱାରା ମୁନ୍ଦ୍ରାର ଉଭୟ ସ୍ଥାନୀୟ ବ୍ୟବସାୟ ଏବଂ ପର୍ଯ୍ୟଟନକୁ ବ୍ୟାପକ ପ୍ରୋତ୍ସାହନ ମିଳିବ। ଜିଟ୍ ଆଦାନୀ କହିଛନ୍ତି ଯେ ପୂର୍ବରୁ ଲୋକଙ୍କୁ ମୁନ୍ଦ୍ରାରେ ପହଂଚିବା ପାଇଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଟକି ଦୀର୍ଘ ଦୂରତା ଯାତ୍ରା କରିବାକୁ ପଡ଼ୁଥିଲା, କିନ୍ତୁ ବର୍ତମାନ ଏହି ସିଧାସଳଖ ବିମାନ ସେବା ହେତୁ ଯାତ୍ରୀଙ୍କ ଦୀର୍ଘ ସମୟ ବହୁତ ହ୍ରାସ ପାଇଛି।

ଆଦାନୀ ମୁନ୍ଦ୍ରା ବିମାନବନ୍ଦରରୁ ବାଣିଜ୍ୟିକ ଉଡ଼ାଣ ଆରମ୍ଭ ହେବା ପରେ ଆଦାନୀ ମୁନ୍ଦ୍ରା ବିମାନବନ୍ଦର ଏକ ସମ୍ପୂର୍ଣ୍ଣ ସମନ୍ୱିତ, ମଲ୍ଟି-ମୋଡାଲ୍ ଲଜିଷ୍ଟିକ୍ସ ଏବଂ ବ୍ୟବସାୟିକ ହବ୍ ଭାବରେ ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତ ବୋଲି ଜିଟ୍ ଆଦାନୀ କହିଛନ୍ତି। ସେ କହିଥିଲେ ଯେ ଟର୍ମିନାଲର ନିର୍ମାଣ କାର୍ଯ୍ୟ ରେକର୍ଡ଼ ସମୟ ମଧ୍ୟରେ ଶେଷ ହୋଇଛି। ଷ୍ଟାର ଏୟାର ଏବଂ ଉଡ଼ାନ ଯୋଜନାର ସହଯୋଗରେ ନୂତନ ସଂଯୋଗ ଆରମ୍ଭ ହୋଇଛି। ଏହାଦ୍ୱାରା ଦେଶର ଅନ୍ୟ ଭାଗ ସହିତ ମୁନ୍ଦ୍ରାର ବିମାନ ସଂଯୋଗ ବୃଦ୍ଧି ପାଇବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande