
ଗୌହାଟୀ, ୨୪ ଜୁନ୍(ହି.ସ.) – ମଙ୍ଗଳବାର ବିଳମ୍ବିତ ରାତିରେ ଗୌହାଟୀର ପଲଟନ ବଜାର ଅଂଚଳରୁ ୧୦ ଜଣ ବାଂଲାଦେଶୀ ନାଗରିକଙ୍କୁ ପୋଲିସ ଅଟକ ରଖିଛି। ପଚରାଉଚରା ସମୟରେ ସେମାନେ ବୈଧ ପରିଚୟ ଏବଂ ଭ୍ରମଣ କାଗଜପତ୍ର ଉପସ୍ଥାପନ କରିବାରେ ଅସମର୍ଥ ହୋଇଥିଲେ। ପଲଟନ ବଜାରର ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବ୍ୟକ୍ତିମାନଙ୍କୁ ପ୍ରଥମେ ପଲଟନ ବଜାର ପୋଲିସ ଅଟକ ରଖିଥିଲା ଏବଂ ପରେ ତଦନ୍ତ ଏବଂ ପରବର୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୀମା ପୋଲିସକୁ ହସ୍ତାନ୍ତର କରାଯାଇଥିଲା।
ଅଧିକାରୀଜଣକ କହିଛନ୍ତି, ଏହି ଲୋକମାନଙ୍କୁ ପଚରାଉଚରା ଶେଷ ହୋଇଛି। ସେମାନେ ସ୍ୱୀକାର କରିଛନ୍ତି ଯେ ସେମାନେ ବାଂଲାଦେଶୀ ନାଗରିକ। ଏବେ ସେମାନଙ୍କୁ ଫେରାଇ ଦିଆଯିବ। ଦଳଟି ରହୁଥିବା ଲଜ୍ ଉପରେ ମଧ୍ୟ ପୋଲିସ ନଜର ରଖିଛି। ଆବଶ୍ୟକ ପରିଚୟ ପତ୍ର ନେଇ ଏହି ଲୋକଙ୍କୁ ଯାଂଚ ନକରି ସେଠାରେ ରହିବାକୁ ଅନୁମତି ଦେଇଥିବାରୁ ଲଜ୍ ମାଲିକ ହୃଦୟେ ଡେକାଙ୍କୁ ତଦନ୍ତ କରାଯାଉଛି।
ଜୁନ୍ ୧୯ରେ ଗୌହାଟୀର ଆର୍ଯ୍ୟ ନଗର ଅଂଚଳରୁ ୧୩ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯିବାର କିଛିଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁରୁଷମାନେ ବୈଧ ପରିଚୟ ଏବଂ ଭ୍ରମଣ କାଗଜପତ୍ର ଉପସ୍ଥାପନ କରିବାରେ ମଧ୍ୟ ଅସମର୍ଥ ହୋଇଥିଲେ ଏବଂ କର୍ତୃପକ୍ଷଙ୍କ ଦ୍ୱାରା ଅନୁସନ୍ଧାନ କରାଯିବା ପରେ ସେମାନଙ୍କୁ ଫେରାଇ ଦିଆଯାଇଥିଲା।
ସହରରେ ଚାଲିଥିବା ଯାଂଚ ଅଭିଯାନର ଏକ ଅଂଶ ଭାବରେ ବେଆଇନ ପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ପୋଲିସ କହିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି