ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା ନିକଟବର୍ତୀ, ପ୍ରମୁଖ ଦିଗଗୁଡ଼ିକର ସମୀକ୍ଷା ହେଲା
ନୂଆଦିଲ୍ଲୀ, ୨୪ ଜୁନ୍(ହି.ସ.) – ଭାରତ ଏବଂ ଆମେରିକା ମଧ୍ୟବର୍ତୀକାଳୀନ ବାଣିଜ୍ୟ ଚୁକ୍ତିର ଅତି ନିକଟତର। ଆଲୋଚନା ବର୍ତମାନ ଶୁଳ୍କ, ବଜାର ପ୍ରବେଶ ଏବଂ ଅସ୍ଥାୟୀ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ପାଇଁ ୱାଶିଂଟନର ଜୁନ୍ ୨୪ ସମୟସୀମା ଉପରେ ନିର୍ଭର କରେ। ନୂଆଦିଲ୍ଲୀର ବଣ୍ୟ ଭବନରେ ଆୟୋଜିତ ଦୁଇଦିନିଆ ମନ୍ତ
ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା ନିକଟବର୍ତୀ, ପ୍ରମୁଖ ଦିଗଗୁଡ଼ିକର ସମୀକ୍ଷା ହେଲା


ନୂଆଦିଲ୍ଲୀ, ୨୪ ଜୁନ୍(ହି.ସ.) – ଭାରତ ଏବଂ ଆମେରିକା ମଧ୍ୟବର୍ତୀକାଳୀନ ବାଣିଜ୍ୟ ଚୁକ୍ତିର ଅତି ନିକଟତର। ଆଲୋଚନା ବର୍ତମାନ ଶୁଳ୍କ, ବଜାର ପ୍ରବେଶ ଏବଂ ଅସ୍ଥାୟୀ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ପାଇଁ ୱାଶିଂଟନର ଜୁନ୍ ୨୪ ସମୟସୀମା ଉପରେ ନିର୍ଭର କରେ।

ନୂଆଦିଲ୍ଲୀର ବଣ୍ୟ ଭବନରେ ଆୟୋଜିତ ଦୁଇଦିନିଆ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଏବଂ ଆମେରିକା ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା(ବି.ଟି.ଏ.) ର ମୁଖ୍ୟ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରିଥିଲେ। ଏହି ପ୍ରସଙ୍ଗଗୁଡ଼ିକ ମଧ୍ୟରେ ରହିଛି ଉନ୍ନତ ବଜାର ସୁବିଧା, ଡିଜିଟାଲ ବାଣିଜ୍ୟ ଏବଂ ଅଣ-ଶୁଳ୍କ ପ୍ରତିବନ୍ଧକକୁ ହ୍ରାସ କରିବା। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆଲୋଚନାର ମୁଖ୍ୟ ଲକ୍ଷ୍ୟ ଥିଲା ଏକ ଅନ୍ତରୀଣ ରାଜିନାମା ଚୂଡ଼ାନ୍ତ କରିବାର ଉପାୟ ଉପରେ, ଯାହା ଏକ ବ୍ୟାପକ ବି.ଟି.ଏ. ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

ଏହି ବୈଠକରେ ଉଭୟ ପକ୍ଷ ‘ଆଇଡି୧' ଉପରେ ଆମେରିକା ଦ୍ୱାରା ଏହାର ସମସ୍ତ ବାଣିଜ୍ୟିକ ଅଂଶୀଦାରଙ୍କ ଉପରେ ଲାଗୁ କରାଯାଇଥିବା ଅସ୍ଥାୟୀ ୧୦ ପ୍ରତିଶତ ଶୁଳ୍କ ସମୟସୀମା ଶେଷ ହେବା ପୂର୍ବରୁ ଆଲୋଚନାକୁ ଚୂଡ଼ାନ୍ତ କରିବା ଉପରେ ବ୍ୟାପକ ଆଲୋଚନା କରିଥିଲେ। ଏହି ଶୁଳ୍କଗୁଡ଼ିକ ଜୁନ୍ ୨୪ରେ ସମାପ୍ତ ହେବ। ଏହି ରାଜିନାମାର ରୂପରେଖ ଚଳିତ ବର୍ଷ ଫେବୃଆରୀରେ ଘୋଷଣା କରାଯାଇଥିଲା।

କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲଙ୍କ କହିବା ଅନୁଯାୟୀ, ଆଜି ସକାଳେ ଆମେରିକାର ବାଣିଜ୍ୟ ପ୍ରତିନିଧି ରାଷ୍ଟ୍ରଦୂତ ଜେମିସନ ଗ୍ରୀର ଏବଂ ତାଙ୍କ ପ୍ରତିନିଧି ଦଳ ସହିତ ଏକ ପର୍ଯ୍ୟାୟ ବୈଠକ ଶେଷ ହୋଇଛି। ଗୋୟଲ କହିଛନ୍ତି ଯେ ଆମେ ଭାରତ-ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନାର ଅଗ୍ରଗତିର ସମୀକ୍ଷା କରିଛୁ ଏବଂ ଆମର ଆର୍ôଥକ ଭାଗିଦାରୀକୁ ଆହୁରି ମଜବୁତ କରିବାର ଉପାୟ ଉପରେ ଆଲୋଚନା କରିଛୁ। ସେ କହିଛନ୍ତି, ମୁଁ ରାଷ୍ଟ୍ରଦୂତ ଗ୍ରୀଙ୍କ ନେତୃତ୍ୱ ଏବଂ ଉଭୟ ଦଳର ନିରନ୍ତର ପ୍ରୟାସକୁ ପ୍ରଶଂସା କରୁଛି ଯେଉଁମାନେ ଗଠନମୂଳକ ଏବଂ ଅଗ୍ରଗାମୀ ଢଙ୍ଗରେ ଆମର ବାର୍ତାଳାପକୁ ଅନୁସରଣ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande