
ନୂଆଦିଲ୍ଲୀ, ୨୫ ଜୁନ୍ (ହି.ସ.)- ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ ଗୁରୁବାର ଦିନ ରାଜ୍ୟସଭାରେ ୧୦ ଜଣ ନବ ନିର୍ବାଚିତ ଏବଂ ପୁର୍ନନିର୍ବାଚିତ ସଦସ୍ୟଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ଶପଥ ଗ୍ରହଣ କରିଥିବା ସଦସ୍ୟମାନେ ହେଲେ ପ୍ରବୀଣ ଚକ୍ରବର୍ତୀ, ଦେବାଶିଷ ସାମନ୍ତରାୟ, ସନା ସତୀଶ ବାବୁ, ବିଜୟ ଚିନ୍ତାକାୟାଲା, ଭାଷ୍ୟମ ରାମ କ୍ରିଷ୍ଣା, ଲିଙ୍ଗାମନେନୀ ରମେଶ, ରାଜେଶ ପରମାନନ୍ଦ ଶୁକ୍ଳା, ବୈଦ୍ୟନାଥ ରାମ, ପରିମଲ ନାଥୱାନୀ ଏବଂ ତାଇ ତାଗକ । ତନ୍ମଧ୍ୟରୁ ୫ ଜଣ ସଦସ୍ୟ ହିନ୍ଦୀରେ, ଜଣେ ସଦସ୍ୟ ଇଂରାଜୀରେ, ଜଣେ ସଦସ୍ୟ ତାମିଲରେ ଏବଂ ତିନି ଜଣ ସଦସ୍ୟ ତେଲୁଗୁରେ ଶପଥ ଗ୍ରହଣ କରିଥିଲେ ।
ଶପଥ ଗ୍ରହଣ କରିଥିବା ସଦସ୍ୟମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶରୁ ୪ ଜଣ, ଝାଡ଼ଖଣ୍ଡରୁ ୨ ଜଣ ଏବଂ ତାମିଲନାଡ଼ୁ, ଗୁଜରାଟ, ଅରୁଣାଚଳ ପ୍ରଦେଶ ଏବଂ ଓଡ଼ିଶାର ଜଣେ ଲେଖାଏଁ ସଦସ୍ୟ ରହିଛନ୍ତି ।
ଏହି ଅବସରରେ ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ରାଜ୍ୟସଭା ସାଧାରଣ ସମ୍ପାଦକ ପି. ସି. ମୋଦୀ, ଗୃହର ଅନ୍ୟ ସଦସ୍ୟ, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ରାଜ୍ୟସଭା ସଚିବାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ