ରାଜ୍ୟସଭାର ଦଶ ଜଣ ନବନିର୍ବାଚିତ ଏବଂ ପୁନଃନିର୍ବାଚିତ ସଦସ୍ୟ କଲେ ଶପଥ ଗ୍ରହଣ
ନୂଆଦିଲ୍ଲୀ, ୨୫ ଜୁନ୍ (ହିସ)- ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ ଗୁରୁବାର ରାଜ୍ୟସଭାରେ ୧୦ ଜଣ ନବନିର୍ବାଚିତ ଏବଂ ପୁନଃନିର୍ବାଚିତ ସଦସ୍ୟଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ କରିଥିବା ସଦସ୍ୟଙ୍କ ମଧ୍ୟରେ ପ୍ରବୀଣ ଚକ୍ରବର୍ତୀ, ଦେବାଶିଷ ସାମନ୍ତରାୟ, ସନା ସତୀଶ ବାବ
ରାଜ୍ୟସଭାର ଦଶ ଜଣ ନବନିର୍ବାଚିତ ଏବଂ ପୁନଃନିର୍ବାଚିତ ସଦସ୍ୟ କଲେ ଶପଥ ଗ୍ରହଣ


ନୂଆଦିଲ୍ଲୀ, ୨୫ ଜୁନ୍ (ହିସ)- ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ ଗୁରୁବାର ରାଜ୍ୟସଭାରେ ୧୦ ଜଣ ନବନିର୍ବାଚିତ ଏବଂ ପୁନଃନିର୍ବାଚିତ ସଦସ୍ୟଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଶପଥ ଗ୍ରହଣ କରିଥିବା ସଦସ୍ୟଙ୍କ ମଧ୍ୟରେ ପ୍ରବୀଣ ଚକ୍ରବର୍ତୀ, ଦେବାଶିଷ ସାମନ୍ତରାୟ, ସନା ସତୀଶ ବାବୁ, ବିଜୟ ଚିନ୍ତାକାୟଲା, ଭାଷ୍ୟମ ରାମ କୃଷ୍ଣ, ଲିଙ୍ଗମନେନୀ ରମେଶ, ରାଜେଶ ପରମାନନ୍ଦ ଶୁକ୍ଳା, ବୈଦ୍ୟନାଥ ରାମ, ପରିମଲ ନାଥୱାନୀ ଏବଂ ତାଇ ଟାଗକ ଅଛନ୍ତି।

ପାଂଚ ଜଣ ସଦସ୍ୟ ହିନ୍ଦୀରେ, ଜଣେ ଇଂରାଜୀରେ, ଜଣେ ତାମିଲରେ ଏବଂ ତିନି ଜଣ ତେଲୁଗୁରେ ଶପଥ ଗ୍ରହଣ କରିଛନ୍ତି।

ଶପଥ ଗ୍ରହଣ କରିଥିବା ସଦସ୍ୟଙ୍କ ମଧ୍ୟରେ ଚାରି ଜଣ ଆନ୍ଧ୍ର ପ୍ରଦେଶର, ଦୁଇଜଣ ଝାଡ଼ଖଣ୍ଡର ଏବଂ ଜଣେ ଲେଖାଁଏ ତାମିଲନାଡୁୁ, ଗୁଜରାଟ, ଅରୁଣାଚଳ ପ୍ରଦେଶ ଏବଂ ଓଡ଼ିଶାର ଥିଲେ ।

ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ରାଜ୍ୟସଭା ସଚିବ ମହାସଚିବ ପି.ସି. ମୋଦି, ଗୃହର ଅନ୍ୟାନ୍ୟ ସଦସ୍ୟ, ଗଣମାନ୍ୟ ବ୍ୟକ୍ତି ଏବଂ ରାଜ୍ୟସଭା ସଚିବାଳୟର ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

--------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande