୩୨୦୬ ଠକେଇ ମାମଲାରେ ସମ୍ପୃକ୍ତ ଆନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ମୁମ୍ବାଇ ସାଇବର ପୋଲିସ
ନୂଆଦିଲ୍ଲୀ, ଜୁନ ୨୬ (ହି.ସ.) - ମୁମ୍ବାଇ ସାଇବର ଅପରାଧ ଶାଖା ସାରା ଦେଶରେ ୩,୨୦୬ ସାଇବର ଠକେଇ ମାମଲାରେ ସମ୍ପୃକ୍ତ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ଝାଡ଼ଖଣ୍ଡ, ବିହାର ଏବଂ ଦିଲ୍ଲୀରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କଠାରୁ ୧୧ଟି ମୋବାଇଲ୍ ଫୋନ୍, ୯ଟି ଲାପ୍ଟ
୩୨୦୬ ଠକେଇ ମାମଲାରେ ସମ୍ପୃକ୍ତ ଆନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ମୁମ୍ବାଇ ସାଇବର ପୋଲିସ


ନୂଆଦିଲ୍ଲୀ, ଜୁନ ୨୬ (ହି.ସ.) - ମୁମ୍ବାଇ ସାଇବର ଅପରାଧ ଶାଖା ସାରା ଦେଶରେ ୩,୨୦୬ ସାଇବର ଠକେଇ ମାମଲାରେ ସମ୍ପୃକ୍ତ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ଝାଡ଼ଖଣ୍ଡ, ବିହାର ଏବଂ ଦିଲ୍ଲୀରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କଠାରୁ ୧୧ଟି ମୋବାଇଲ୍ ଫୋନ୍, ୯ଟି ଲାପ୍ଟପ୍ ଏବଂ ଅନେକ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରାଯାଇଛି। ମୁମ୍ବାଇ ପୋଲିସର ସାଇବର ସେଲ୍ ଏହି ମାମଲାର ତଦନ୍ତ କରୁଛି।

ନକଲି ଏପିକେ ଫାଇଲ ବ୍ୟବହାର କରି ମୋବାଇଲ୍ ଫୋନ୍ ହ୍ୟାକ୍ କରି ଅନଲାଇନ୍ ଆର୍ôଥକ ଠକେଇ କରୁଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ମୁମ୍ବାଇ ସାଇବର କ୍ରାଇମ୍ ବ୍ରାଂଚ ବୋଲି ମାମଲାର ତଦନ୍ତ କରୁଥିବା ଜଣେ ପୋଲିସ ଅଧିକାରୀ ଆଜି କହିଛନ୍ତି। ଏହି ଅପରେସନରେ ଝାଡ଼ଖଣ୍ଡ, ବିହାର ଏବଂ ଦିଲ୍ଲୀରୁ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଗ୍ୟାଙ୍ଗ୍ ସାରା ଦେଶରେ ୩୨୦୬ ଠକେଇ ମାମଲାରେ ସମ୍ପୃକ୍ତ ଅଛି। ଏଥିମଧ୍ୟରୁ ୫୧୭ଟି ମାମଲା ମହାରାଷ୍ଟ୍ରରେ ଏବଂ ୯୩ଟି ମାମଲା ମୁମ୍ବାଇରେ ରିପୋର୍ଟ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande