ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରୁ ମହାସଚିବ ଚମ୍ପତ ରାୟ ଏବଂ ସଦସ୍ୟ ଅନିଲ ମିଶ୍ର ଦେଲେ ଇସ୍ତଫା
ଅଯୋଧ୍ୟା, ୨୬ ଜୁନ (ହି.ସ.) - ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପାଇଁ ଦାନରୁ କଥିତ ଅର୍ଥ ଆତ୍ମସାତ ଘଟଣାର ତଦନ୍ତ ଚାଲିଥିବା ମଧ୍ୟରେ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟ ସଦସ୍ୟ ଅନିଲ ମିଶ୍ର ଶୁକ୍ରବାର ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ର
ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରୁ ମହାସଚିବ ଚମ୍ପତ ରାୟ ଏବଂ ସଦସ୍ୟ ଅନିଲ ମିଶ୍ର ଦେଲେ ଇସ୍ତଫା


ଅଯୋଧ୍ୟା, ୨୬ ଜୁନ (ହି.ସ.) - ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପାଇଁ ଦାନରୁ କଥିତ ଅର୍ଥ ଆତ୍ମସାତ ଘଟଣାର ତଦନ୍ତ ଚାଲିଥିବା ମଧ୍ୟରେ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟ ସଦସ୍ୟ ଅନିଲ ମିଶ୍ର ଶୁକ୍ରବାର ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସେମାନଙ୍କ ଇସ୍ତଫାକୁ ନିଶ୍ଚିତ କରି କହିଛନ୍ତି ଯେ ତଦନ୍ତରେ ନିରପେକ୍ଷତା ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି।

ରିପୋର୍ଟ ଅନୁଯାୟୀ, ଚମ୍ପତ ରାୟ ଏବଂ ଅନିଲ ମିଶ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ସେମାନଙ୍କର ଇସ୍ତଫା ପ୍ରଦାନ କରିଛନ୍ତି। ଦାନରେ ଅନିୟମିତତାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଏହାର ତଦନ୍ତକୁ ତୀବ୍ର କରିଥିବାରୁ ଏହି ଇସ୍ତଫା ଦିଆଯାଇଛି।

ଏସଆଇଟିର ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ, ଗୁରୁବାର ମାମଲାରେ ଆଠ ଜଣଙ୍କ ବିରୁଦ୍ଧରେ ପ୍ରଥମ ସୂଚନା ରିପୋର୍ଟ ରୁଜୁ କରାଯାଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ ପରେ ହେପାଜତକୁ ନିଆଯାଇଥିଲା। ତଦନ୍ତ ଦୃତ ଗତି ପାଇଛି, ଏବଂ ଉଭୟ ଟ୍ରଷ୍ଟ ଅଧିକାରୀଙ୍କ ଇସ୍ତଫାକୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ବିବେଚନା କରାଯାଉଛି।

ଉଲ୍ଲେଖନୀୟ ଯେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପ୍ରସାଦ ସହ ଜଡିତ ଅନିୟମିତତା ଏବଂ ଚୋରି ଅଭିଯୋଗ ପାଇବା ପରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରିଥିଲେ। ଏସଆଇଟି ଏହାର ପ୍ରାରମ୍ଭିକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛି, ଯାହା ଆଧାରରେ ଏହି ମାମଲାରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

ବର୍ତମାନ, ଏସଆଇଟି ସମଗ୍ର ମାମଲାର ବିସ୍ତୃତ ତଦନ୍ତ କରୁଛି। ତଦନ୍ତ ସଂସ୍ଥା ସହିତ ଜଡିତ ଅଧିକାରୀମାନେ କହିଛନ୍ତି ଯେ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଂଚ କରାଯାଉଛି ଏବଂ ତଦନ୍ତ ସମାପ୍ତ ହେବା ପରେ, ତଥ୍ୟ ଆଧାରରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande