
ନୂଆଦିଲ୍ଲୀ, ୨୬ ଜୁନ(ହି.ସ) ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ଦିଲ୍ଲୀରେ ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ଭେଟିଛନ୍ତି।
'ଏକ୍ସ ରେ କିରେନ ରିଜିଜୁ କହିଥିଲେ, ମୁଁ ଦିଲ୍ଲୀରେ ଦଲାଇ ଲାମାଙ୍କୁ ସାକ୍ଷାତ କରିଛି। ନିକଟରେ ତାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ପରେ ତାଙ୍କୁ ଭଲ ମାନସିକ ସ୍ଥିତିରେ ଏବଂ ଦ୍ରୁତ ଆରୋଗ୍ୟ ଲାଭ କରୁଥିବାର ଦେଖି ବହୁତ ଖୁସି। ମୁଁ ତାଙ୍କ ଆଶୀର୍ବାଦ ନେଇଥିଲି। ସବୁଦିନ ପରି, ମୁଁ ତାଙ୍କ କରୁଣା, ଜ୍ଞାନ ଏବଂ ନମ୍ରତାରେ ଅନୁପ୍ରାଣିତ ହୋଇ ଫେରିଛି ।
ସ୍ମରଣଯୋଗ୍ୟ ଯେ ଦଲାଇ ଲାମା ଦିଲ୍ଲୀର ଆପୋଲୋ ଡାକ୍ତରଖାନାରେ ଗତ ଜୁନ 8 ରେ ତାଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର କରିଥିଲେ, ଯାହା ସଫଳ ହୋଇଥିଲା।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା