ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଜେଏମବିର ମୋଡ୍ୟୁଲ ଉପରେ ୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ
କୋଲକାତା, ୨୬ ଜୁନ୍ (ହି.ସ.)- ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍. ଆଇ. ଏ.) ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜମାତୁଲ୍ ମୁଜାହିଦ୍ଦିନ୍ ବାଂଲାଦେଶ (ଜେ. ଏମ୍. ବି.) ର ସହଯୋଗୀ ମୋଡ୍ୟୁଲ ସହିତ ଜଡ଼ିତ ଏକ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଭାରତୀୟ ଦଣ
ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଜେଏମବିର ମୋଡ୍ୟୁଲ ଉପରେ ୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ


କୋଲକାତା, ୨୬ ଜୁନ୍ (ହି.ସ.)- ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍. ଆଇ. ଏ.) ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜମାତୁଲ୍ ମୁଜାହିଦ୍ଦିନ୍ ବାଂଲାଦେଶ (ଜେ. ଏମ୍. ବି.) ର ସହଯୋଗୀ ମୋଡ୍ୟୁଲ ସହିତ ଜଡ଼ିତ ଏକ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଭାରତୀୟ ଦଣ୍ଡ ସଂହିତା, ୨୦୨୩ ଏବଂ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ ର ବିଭିନ୍ନ ଧାରା ଅନୁଯାୟୀ ଆସାମ ଗୌହାଟୀର ସ୍ୱତନ୍ତ୍ର ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଛି ।

ଆଜି ସକାଳେ ଜାରି ହୋଇଥିବା ଏନ୍. ଆଇ. ଏ. ବିବୃତି ଅନୁଯାୟୀ, ତଦନ୍ତରୁ ଜଣାପଡ଼ିଛି ଯେ, ଇମାମ୍ ମହମୁଦର କାଫିଲା ନାମକ ଏକ ସଂଗଠନ, ଯାହାକୁ ଜମାତୁଲ୍ ମୁଜାହିଦ୍ଦିନ୍ ବାଂଲାଦେଶର ଏକ ସ୍ୱରୂପ ବୋଲି ବର୍ଣ୍ଣନା କରାଯାଇଛି, ପଶ୍ଚିମବଙ୍ଗ ଏବଂ ଉତର-ପୂର୍ବ ରାଜ୍ୟ ବିଶେଷ କରି ଆସାମ ଏବଂ ତ୍ରିପୁରାରେ ଏହାର ଆତଙ୍କବାଦୀ ବିଚାରଧାରା ଏବଂ ନେଟୱାର୍କ ବିସ୍ତାର କରିବାକୁ ଷଡ଼ଯନ୍ତ୍ର କରୁଥିଲା ।

ଯାଂଚ୍ ଏଜେନ୍ସିର ସୂଚନା ମୁତାବକ, ଏହି ଷଡ଼ଯନ୍ତ୍ର ଅନୁଯାୟୀ ସଂଗଠନର ଚରମପନ୍ଥୀ ବିଚାରଧାରାର ପ୍ରଚାର କରିବା, ଯୁବକମାନଙ୍କୁ ଉଗ୍ରବାଦୀ କରିବା ଏବଂ ଭାରତରେ ସଂଗଠନର ନେଟୱାର୍କକୁ ମଜବୁତ କରିବାକୁ ପ୍ରଚେଷ୍ଟା କରାଯାଉଥିଲା । ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଇମାମ୍ ମହମୁଦ ହବିବବୁଲ୍ଲାହ, ଯିଏକି ଜମାତୁଲ ମୁଜାହିଦ୍ଦିନ ବାଂଲାଦେଶର ଜଣେ ବରିଷ୍ଠ ସଦସ୍ୟ ଅଟେ, ସେ ଭାରତୀୟ ଅଂଚଳରେ ସଂଗଠନର କାର୍ଯ୍ୟକଳାପକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଇମାମ ମହମୁଦର କନଭୟ ପ୍ରତିଷ୍ଠା କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande