ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମିଶନ ମୁଖ୍ୟମାନଙ୍କ ସହ ମତ ବିନିମୟ କରିବେ ନୀତିନ ନବୀନ
ନୂଆଦିଲ୍ଲୀ, ଜୁନ ୨୬(ହି.ସ) ୟୁରୋପୀୟ ସଂଘ (ଇ. ୟୁ.) ସଦସ୍ୟ ରାଷ୍ଟ୍ରଗୁଡ଼ିକର ମିଶନ ମୁଖ୍ୟମାନେ ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ଦଳର ''ବିଜେପିକୁ ଜାଣନ୍ତୁ'' ପଦକ୍ଷେପର ଅଂଶବିଶେଷ ଭାବେ ମତ ବିନିମୟ କରିବେ। ଆଜି ଅପରାହ୍ନ 3ଟା 30 ମିନିଟରେ ନୂଆଦିଲ୍ଲୀର ବି
भाजपा अध्यक्ष नितिन नवीन तेलंगाना स्थापना दिवस कार्यक्रम को संबोधित करते हुए


ନୂଆଦିଲ୍ଲୀ, ଜୁନ ୨୬(ହି.ସ) ୟୁରୋପୀୟ ସଂଘ (ଇ. ୟୁ.) ସଦସ୍ୟ ରାଷ୍ଟ୍ରଗୁଡ଼ିକର ମିଶନ ମୁଖ୍ୟମାନେ ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ଦଳର 'ବିଜେପିକୁ ଜାଣନ୍ତୁ' ପଦକ୍ଷେପର ଅଂଶବିଶେଷ ଭାବେ ମତ ବିନିମୟ କରିବେ।

ଆଜି ଅପରାହ୍ନ 3ଟା 30 ମିନିଟରେ ନୂଆଦିଲ୍ଲୀର ବିଜେପି ଜାତୀୟ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଜେପିର ବୈଦେଶିକ ବ୍ୟାପାର ବିଭାଗର ଦାୟିତ୍ୱରେ ଥିବା ଡକ୍ଟର ବିଜୟ ଚୌଥାଇୱାଲେ ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ବିଜେପିର ଯାତ୍ରା, ଏହାର ବିଚାରଧାରା, ସାଂଗଠନିକ ଢାଞ୍ଚା, ଶାସନ ମଡେଲ ଏବଂ ଦଳର ବିଭିନ୍ନ କାର୍ଯ୍ୟକଳାପ ସହିତ କୂଟନୈତିକ ସମୁଦାୟକୁ ପରିଚିତ କରାଇବା ଏହି ଆଲୋଚନାର ଉଦ୍ଦେଶ୍ୟ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande