
ନୂଆଦିଲ୍ଲୀ, ଜୁନ ୨୬ (ହି.ସ.) - ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ୨୭ ରୁ ୨୮ ଜୁନ ପର୍ଯ୍ୟନ୍ତ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ। ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ଶନିବାରଠାରୁ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଆସିବେ ବୋଲି ଶୁକ୍ରବାର ଦିନ ଉପରାଷ୍ଟ୍ରପତିଙ୍କ ସଚିବାଳୟ ସୂଚନା ଦେଇଛି। ୨୭ ଜୁନରେ ଉପରାଷ୍ଟ୍ରପତି ବେଙ୍ଗାଲୁରୁରେ ନାଦପ୍ରଭୁ କେମ୍ପେଗୌଡ଼ାଙ୍କ ୫୧୭ତମ ଜୟନ୍ତୀ ସମାରୋହରେ ଯୋଗଦେବେ। ଏହା ବ୍ୟତୀତ ଉପରାଷ୍ଟ୍ରପତି ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଆର. ଜି. ୟୁ. ଏଚ୍. ଏସ୍.) ପ୍ରତିଷ୍ଠା ଦିବସ ଏବଂ ବେଙ୍ଗାଲୁରୁରେ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ବେଆଇନ କାରବାର ବିରୁଦ୍ଧରେ ଅନ୍ତର୍ଜାତୀୟ ଦିବସର ଅଂଶବିଶେଷ ଭାବେ ଆୟୋଜିତ 'ନଶା ମୁକ୍ତ ଭାରତ ସମ୍ମିଳନୀରେ ଅଂଶଗ୍ରହଣ କରିବେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ