
ବାରାଣସୀ, ୨୮ ଜୁନ୍ (ହି.ସ.)- ବାବା ବର୍ଫାନୀଙ୍କ ପବିତ୍ର ଦର୍ଶନ ପାଇଁ ଅମରନାଥ ଯାତ୍ରା ଆରମ୍ଭ ହେବା ପରେ ରବିବାର ଦିନ ପବିତ୍ର କାଶୀ ସହରରୁ ସେବକ ଏବଂ ଭକ୍ତମାନଙ୍କ ପ୍ରଥମ ଦଳ ଚନ୍ଦନବାଡ଼ି (ଜାମ୍ମୁ -କାଶ୍ମୀର) ଅଭିମୁଖେ ଯାତ୍ରା କରିଥିଲା । ଶ୍ରୀ କାଶୀ ବିଶ୍ୱନାଥ ସେବା ସମିତିର ତତ୍ୱାବଧାନରେ ସେବକ ଏବଂ ଭକ୍ତମାନଙ୍କର ପ୍ରଥମ ଦଳ ବାରାଣସୀ କ୍ୟାଂଟ ରେଳ ଷ୍ଟେସନରୁ ହାୱଡ଼ା-ଅମୃତସର ମେଲ୍ ମାଧ୍ୟମରେ କାଶ୍ମୀର ଅଭିମୁଖେ ଯାତ୍ରା କରିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାଶୀରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାବା ଅମରନାଥଙ୍କ ଦର୍ଶନ ପାଇଁ ବାହାରିଛନ୍ତି ।
ସମିତି ଅନୁଯାୟୀ, କାଶୀରୁ ହଜାର ହଜାର ଭକ୍ତ ଅମରନାଥ ଯାତ୍ରାରେ ଯୋଗ ଦେଇଥାନ୍ତି । ତୀର୍ଥଯାତ୍ରୀମାନେ ପ୍ରଥମେ ଅମୃତସରରେ ପହଂଚିବେ, ସେଠାରୁ ସେମାନେ ଜାମ୍ମୁ ଦେଇ ପହଲଗାମ ଯିବେ । ଏହା ପରେ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯିବେ । ଶ୍ରୀ କାଶୀ ବିଶ୍ୱନାଥ ସେବା ସମିତି ଗତ ୨୬ ବର୍ଷ ଧରି ଅମରନାଥ ଯାତ୍ରୀମାନଙ୍କ ସେବାରେ ନିୟୋଜିତ ରହିଛି ।
ଅମରନାଥ ଯାତ୍ରା ସମୟରେ ପ୍ରାୟ ୩୦୦ ତୀର୍ଥଯାତ୍ରୀଙ୍କ ପାଇଁ ରହିବା, ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ପାଇଁ କମିଟି ବ୍ୟବସ୍ଥା କରିଥାଏ । ଚଳିତ ବର୍ଷ ମଧ୍ୟ ସମିତି ଦ୍ୱାରା ବହୁ ସଂଖ୍ୟକ ତୀର୍ଥଯାତ୍ରୀଙ୍କୁ ଦର୍ଶନ ପାଇଁ ସୁବିଧା ଯୋଗାଇ ଦିଆଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ