ଅଗରତାଲାର ମହାରାଜା ବୀର ବିକ୍ରମ ବିମାନ ବନ୍ଦରରେ ଆଠ ଜଣ ବାଂଲାଦେଶୀ ନାଗରିକ ଗିରଫ
ଅଗରତାଲା, ୨୯ ଜୁନ୍ (ହି.ସ.)- ନିର୍ଦ୍ଦିଷ୍ଟ ଗୁଇନ୍ଦା ତଥ୍ୟ ଆଧାରରେ ତ୍ରିପୁରା ପୋଲିସ ଏବଂ ବିମାନ ବନ୍ଦର ସୁରକ୍ଷା ବାହିନୀ ଅଗରତାଲାର ମହାରାଜା ବୀର ବିକ୍ରମ ବିମାନ ବନ୍ଦରରେ ଦୁଇଟି ପୃଥକ୍ ଅପରେସନରେ ଆଠ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି । ସୋମବାର ଦିନ ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନ
ଅଗରତାଲାର ମହାରାଜା ବୀର ବିକ୍ରମ ବିମାନ ବନ୍ଦରରେ ଆଠ ଜଣ ବାଂଲାଦେଶୀ ନାଗରିକ ଗିରଫ


ଅଗରତାଲା, ୨୯ ଜୁନ୍ (ହି.ସ.)- ନିର୍ଦ୍ଦିଷ୍ଟ ଗୁଇନ୍ଦା ତଥ୍ୟ ଆଧାରରେ ତ୍ରିପୁରା ପୋଲିସ ଏବଂ ବିମାନ ବନ୍ଦର ସୁରକ୍ଷା ବାହିନୀ ଅଗରତାଲାର ମହାରାଜା ବୀର ବିକ୍ରମ ବିମାନ ବନ୍ଦରରେ ଦୁଇଟି ପୃଥକ୍ ଅପରେସନରେ ଆଠ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି ।

ସୋମବାର ଦିନ ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ଅପରେସନରେ ଚାରି- ଚାରି ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଥିଲା । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସେମାନେ ସମସ୍ତେ ତ୍ରିପୁରା ସୀମା ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ ଏବଂ ଗୌହାଟୀ ଯିବାକୁ ଯୋଜନା କରୁଥିଲେ ।

ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଅନେକ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି । ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା, ପରେ ସେମାନଙ୍କୁ ଅଧିକ ପଚରାଉଚରା ପାଇଁ ତିନି ଦିନିଆ ପୋଲିସ ହେପାଜତକୁ ପଠାଇଥିଲା ।

ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ଦଲାଲଙ୍କ ନେଟୱାର୍କକୁ ଠାବ କରିବା ପ୍ରକ୍ରିୟାରେ ପୋଲିସ ଲାଗିପଡିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande