ଟିଏମସି ବ୍ୟାଙ୍କ ଆକାଉଂଟ ଓ ଦଳର ପାଣ୍ଠି ଉପରେ ଅଧିକାର ନିମନ୍ତେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ମମତା ଗୋଷ୍ଠୀ
କୋଲକାତା, ୨୯ ଜୁନ୍ (ହି.ସ.)- ତୃଣମୂଳ କଂଗ୍ରେସ (ଟିଏମସି)ର ସାଂଗଠନିକ ପାଣ୍ଠି ଏବଂ ବ୍ୟାଙ୍କ ଆକାଉଂଟ ଉପରେ ନିୟନ୍ତ୍ରଣକୁ ନେଇ ଚାଲିଥିବା ବିବାଦ ଏବେ କଲିକତା ହାଇକୋର୍ଟରେ ପହଂଚିଛି । କାଲିଘାଟ ତୃଣମୂଳ ଶିବିର ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ ଦଳର ପାଣ୍ଠି ଉପରେ ଅଧିକାର ସ୍ଥିର କରିବାକୁ ଅନୁର
ଟିଏମସି ବ୍ୟାଙ୍କ ଆକାଉଂଟ ଓ ଦଳର ପାଣ୍ଠି ଉପରେ ଅଧିକାର ନିମନ୍ତେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ମମତା ଗୋଷ୍ଠୀ


କୋଲକାତା, ୨୯ ଜୁନ୍ (ହି.ସ.)- ତୃଣମୂଳ କଂଗ୍ରେସ (ଟିଏମସି)ର ସାଂଗଠନିକ ପାଣ୍ଠି ଏବଂ ବ୍ୟାଙ୍କ ଆକାଉଂଟ ଉପରେ ନିୟନ୍ତ୍ରଣକୁ ନେଇ ଚାଲିଥିବା ବିବାଦ ଏବେ କଲିକତା ହାଇକୋର୍ଟରେ ପହଂଚିଛି । କାଲିଘାଟ ତୃଣମୂଳ ଶିବିର ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ ଦଳର ପାଣ୍ଠି ଉପରେ ଅଧିକାର ସ୍ଥିର କରିବାକୁ ଅନୁରୋଧ କରାଯାଇଛି ।

ଦଳର ଓକିଲ ଅଭିଷେକ ମନୁ ସିଂଘଭି ଏହି ମାମଲା ପ୍ରତି ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ତୁରନ୍ତ ଶୁଣାଣି ପାଇଁ ଅନୁରୋଧ କରିଥିଲେ । ଜଷ୍ଟିସ୍ ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଖଣ୍ଡପୀଠ ଦ୍ୱାରା ଏହି ଆବେଦନର ଶୁଣାଣି ହେବାର ସମ୍ଭାବନା ରହିଛି । କୋର୍ଟ ବର୍ତମାନ ପାଇଁ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂତ୍ରରୁ ପ୍ରକାଶ ଯେ, ଏହି ମାମଲାରେ ପୋଲିସ, ବ୍ୟାଙ୍କ କର୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ସୋମବାର ଅପରାହ୍ନ ୨ଟାରେ ଏକ ଜରୁରୀ ଶୁଣାଣି ପାଇଁ ତୃଣମୂଳ ଆବେଦନ କରିଥିଲା, କିନ୍ତୁ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରାଯିବା ପରେ ହିଁ ସୋମବାର କିମ୍ବା ମଙ୍ଗଳବାର ଦିନ ଶୁଣାଣି ଉପରେ ବିଚାର କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande