
ନଭି ମୁମ୍ବାଇ/ଭୁବନେଶ୍ୱର, ୨୯ ଜୁନ୍ (ହି.ସ) - ନଭି ମୁମ୍ବାଇର ଖଳରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ପକ୍ଷରୁ ମନ୍ଦିରର ସ୍ନାନ ମଣ୍ଡପକୁ ଶ୍ରୀ ଜିଉଙ୍କୁ ଅଣାଯିବା ପରେ ୧୦୮ ତିର୍ଥ ଜଳରେ ସ୍ନାନ କରାଯାଇଥିଲା । ଏହା ପରେ ହାତୀ ବେଶ କରାଯାଇଥିଲା । ପରେ ଆଳତୀ ଓ ପୂଜା କରାଯାଇଥିଲା । ଏହି ଉପଲକ୍ଷେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ୨୧ତମ ଏହି ଉତ୍ସବରେ ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନ କରାଯାଇଥିଲା । ଟ୍ରଷ୍ଟର ସଦସ୍ୟ ଓ ସେବକମାନେ ଏହାକୁ ପରିଚାଳନା କରିଥିଲେ ।ସ୍ୱାମୀ ଅଭେଦେଶାନନ୍ଦ ୱେଲଫାୟାର ସମିତିର ସଭ୍ୟ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା