
ନୂଆଦିଲ୍ଲୀ, ୩୦ ଜୁନ୍(ହି.ସ.) – ବିରୋଧୀ ଦଳମାନେ ଭାରତର ପ୍ରଧାନ ବିଚାରପତିଙ୍କୁ ସ୍ୱତନ୍ତ୍ର ଇଂଟେନ୍ସିଭ୍ ରିଭ୍ୟୁ(ଏସ୍.ଆଇ.ଆର୍.) ଉପରେ ଚିଠି ଲେଖିଥିବାବେଳେ, ଭାରତୀୟ ଜନତା ପାର୍ଟି ବିରୋଧୀଙ୍କୁ ଦ୍ୱୈତ ମାନର ଅଭିଯୋଗ କରିଛି ।
ମଙ୍ଗଳବାର ଗଣମାଧ୍ୟମ ସହ କଥାବାର୍ତା ବେଳେ ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ ଗୋଟିଏ ପଟେ ୨୩ଟି ବିରୋଧୀ ଦଳ ଏସ୍.ଆଇ.ଆର୍.କୁ ବିରୋଧ କରୁଥିବାବେଳେ ଅନ୍ୟପଟେ କର୍ଣ୍ଣାଟକରେ ଏସ୍.ଆଇ.ଆର୍.ର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହା ହେଉଛି ବିରୋଧୀ ଦଳର ଚରମ ଭଣ୍ଡାମି’ ରାଜନୀତି।
ବିଜେପି ମୁଖପାତ୍ର କହିଛନ୍ତି ଯେ ଯେତେବେଳେ ନିର୍ବାଚନ ଜିତିଥାଏ, ସେତେବେଳେ ଏସ୍.ଆଇ.ଆର୍.ର୍ ଏବଂ ଇ.ଭି.ଏମ୍.ର କୌଣସି ପ୍ରଶ୍ନ ନଥାଏ, କିନ୍ତୁ ଯେତେବେଳେ ପରାସ୍ତ ହୁଏ, ସେତେବେଳେ ଏହି ଅନୁଷ୍ଠାନ ଏବଂ ପ୍ରକ୍ରିୟାକୁ କାଠଗଡ଼ାରେ ପକାଯାଏ।
ସେ କଟାକ୍ଷ କରିଥିଲେ ଯେ ବିରୋଧୀଙ୍କ ପାଇଁ ଏସ୍.ଆଇ.ଆର୍. କେବଳ ଏକ ବାହାନା, ନିଜକୁ ବଂଚାଇବା ହେଉଛି ପ୍ରକୃତ ଲକ୍ଷ୍ୟ।
ପୁନାୱାଲା ଅଭିଯୋଗ କରିଛନ୍ତି ଯେ ବିରୋଧୀମାନେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ପ୍ରଶ୍ନ କରି ନିଜର ରାଜନୈତିକ ବିଫଳତାରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, ୨୩ଟି ବିରୋଧୀ ଦଳ ଏବଂ ଜଣେ ସ୍ୱାଧୀନ ସାଂସଦ ଭାରତର ପ୍ରଧାନ ବିଚାରପତିଙ୍କୁ ଏକ ମିଳିତ ଚିଠି ପଠାଇ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ଇଂଟେନ୍ସିଭ୍ ରିଭିଜନ୍ ପ୍ରକ୍ରିୟା ଏବଂ ନିର୍ବାଚନ ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଆମ୍ ଆଦମୀ ପାର୍ଟି ଏବଂ ଡିଏମ୍କେ ଦଳ ଦ୍ୱାରା ସ୍ୱାକ୍ଷରିତ ଏହି ଚିଠିକୁ ବିରୋଧୀ ଏକତାର ସଙ୍କେତ ଭାବରେ ଦେଖାଯାଉଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ତାଙ୍କ ଏକ୍ସରେ କହିଛନ୍ତି ଯେ ଏହି ଚିଠିରେ ବର୍ତମାନ ୨୩ଟି ରାଜନୈତିକ ଦଳ ଏବଂ ଜଣେ ସ୍ୱାଧୀନ ସାଂସଦଙ୍କ ଦସ୍ତଖତ ଅଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି