
ନୂଆଦିଲ୍ଲୀ, ୩୦ ଜୁନ୍(ହି.ସ.) – କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏମ୍.ଜି.ଏନ୍.ଆର୍.ଇ.ଜି.ଏ. ବକେୟା, ନୂତନ ଭାବେ ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା ମିଶନ(ଗ୍ରାମୀଣ) ଗ୍ୟାରେଂଟି ଯୋଜନା(ଭି.ବି.-ଜି. ରାମଜୀ) ଏବଂ ଗ୍ରାମୀଣ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଠାରୁ ଉତର ମାଗିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଏମ୍.ଜି.ଏନ୍.ଆର୍.ଇ.ଜି.ଏ.କୁ ହ୍ରାସ କରିଛନ୍ତି। ରାଜ୍ୟଗୁଡ଼ିକର ବକେୟା ପରିଶୋଧ କରିନାହାଁନ୍ତି ଏବଂ ନୂତନ ଯୋଜନା ମାଧ୍ୟମରେ ରାଜ୍ୟଗୁଡ଼ିକ ଉପରେ ଅତିରିକ୍ତ ଆର୍ôଥକ ବୋଝ ପକାଯାଉଛି।
ମଙ୍ଗଳବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଖର୍ଗେ କହିଛନ୍ତି ଯେ ଲୋକସଭାରେ ଦିଆଯାଇଥିବା ଏକ ଉତର ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୩୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ୧୭,୧୪୪.୧୩ କୋଟି ଟଙ୍କା ବକେୟା ରହିଛି। ଏଥିରେ ୭,୮୪୬.୨୫ କୋଟି ଟଙ୍କାର ମଜୁରୀ ଦାୟିତ୍ୱ ସାମିଲ ରହିଛି। ଶ୍ରମିକମାନଙ୍କୁ ସେମାନଙ୍କର ଅଧିକାର ଏପର୍ଯ୍ୟନ୍ତ କାହିଁକି ପ୍ରଦାନ କରାଯାଇ ନାହିଁ?
କଂଗ୍ରେସ ଅଧ୍ୟକ୍ଷ କହିଲେ ଯେ ଭି.ବି.-ଜି. ରାମ ଜୀ ଯୋଜନା କାର୍ଯ୍ୟକାରୀ ହେବା ସତ୍ୱେ ଅନେକ ରାଜ୍ୟ ଏମ୍.ଜି.ଏନ୍.ଆର୍.ଇ.ଜି.ଏ.ର ବକେୟା ରାଶି ପାଇନାହାନ୍ତି। ସେ ଦାବି କରିଛନ୍ତି ଯେ କର୍ଣ୍ଣାଟକକୁ ପ୍ରାୟ ୭୦୦ କୋଟି ଟଙ୍କା ଏବଂ ଝାଡ଼ଖଣ୍ଡକୁ ପ୍ରାୟ ୯୦୦ କୋଟି ଟଙ୍କା ସମେତ ତେଲେଙ୍ଗାନା ଏବଂ ତାମିଲନାଡୁ ଭଳି ରାଜ୍ୟକୁ ଦେୟ ମଧ୍ୟ ବିଚାରାଧୀନ ରହିଛି।
ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ସରକାର ସମୟରେ, ଏମ୍.ଜି.ଏନ୍.ଆର୍.ଇ.ଜି.ଏ.ରେ ମଜୁରୀ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଥିବାବେଳେ ନୂତନ ଯୋଜନାରେ ମୋଟ ଖର୍ଚ୍ଚର ୪୦ ପ୍ରତିଶତ ରାଜ୍ୟଗୁଡ଼ିକୁ ବହନ କରିବାକୁ ପଡ଼ିବ। ଖର୍ଗେ କହିଛନ୍ତି ଯେ ବିଭିନ୍ନ ରାଜ୍ୟ ଏହି ଆର୍ôଥକ ବ୍ୟବସ୍ଥା ଉପରେ ପୁନର୍ବିଚାର କରିବାକୁ ଚାହୁଁଛନ୍ତି ଏବଂ କେନ୍ଦ୍ର ରାଜ୍ୟଗୁଡ଼ିକର ଚିନ୍ତା ପ୍ରତି ଧ୍ୟାନ ଦେବା ଉଚିତ୍।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି