
ନୂଆଦିଲ୍ଲୀ, ୩୦ ଜୁନ୍(ହି.ସ.) – ଦିଲ୍ଲୀ ପୋଲିସର ବିଦେଶୀ ସେଲ୍ ଦ୍ୱାରା ଦୁଇଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଜାଦପୁର ଅଂଚଳରୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଯିଏକି ଗତବର୍ଷ ଗିରଫ ହୋଇ ବାଂଲାଦେଶକୁ ପ୍ରତ୍ୟାର୍ପଣ ହୋଇଥିଲେ, କିନ୍ତୁ ପୁନର୍ବାର ଭାରତରେ ପ୍ରବେଶ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ନିଷିଦ୍ଧ ଆଇ.ଏମ୍.ଓ. ଆପ୍ ଥିବା ଦୁଇଟି ସ୍ମାର୍ଟଫୋନ୍, ବାଂଲାଦେଶୀ ପରିଚୟ ପତ୍ର ଏବଂ ଏକ ଚିଲି ସ୍ପ୍ରେ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ମହମ୍ମଦ ରୁହୁଲ ଅମିନ ଓରଫ ତୁଲି ଦାସ ଏବଂ ମହମ୍ମଦ ଜିବନ ମିୟା ଓରଫ ଲିଲି ବୋଲି ମଙ୍ଗଳବାର ଦିନ ଉତର-ପଶ୍ଚିମ ଜିଲ୍ଲାର ଡେପୁଟି ପୋଲିସ କମିଶନର ଆକାଂକ୍ଷା ଯାଦବ କହିଛନ୍ତି। ଉଭୟ ବାଂଲାଦେଶର ବାସିନ୍ଦା ଏବଂ ଭାରତରେ ରହିବା ପାଇଁ ସେମାନଙ୍କ ପାଖରେ କୌଣସି ବୈଧ ଭ୍ରମଣ କାଗଜପତ୍ର ନଥିବା ଜଣାପଡ଼ିଛି। ସେମାନେ କହିଛନ୍ତି ଯେ ଜୁନ୍ ୨୫, ସକାଳେ ଏକ ଗୁପ୍ତ ସୂଚନା ମିଳିଥିଲା ଯେ ଦୁଇ ବାଂଲାଦେଶୀ ନାଗରିକ ମହେନ୍ଦ୍ର ପାର୍କ ଥାନା ଅନ୍ତର୍ଗତ ଆଜାଦପୁର ଅଂଚଳର ଏନ୍.ଏସ୍. ମଣ୍ଡିରେ ବେଆଇନ ଭାବେ ରହୁଛନ୍ତି। ଏହାକୁ ଆଧାର କରି ଇନ୍ସପେକ୍ଟର ବିପିନ କୁମାରଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଥିଲେ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ରୁହୁଲ ଅମିନଙ୍କୁ ମଧ୍ୟ ଉତର-ପଶ୍ଚିମ ଜିଲ୍ଲା ପୋଲିସର ବିଦେଶୀ ସେଲ୍ ଦ୍ୱାରା ଜୁନ୍ ୨୦୨୫ ରେ ଗିରଫ କରାଯାଇଥିଲା। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କୁ ବାଂଲାଦେଶକୁ ପ୍ରତ୍ୟାର୍ପଣ କରାଯାଇଥିଲା, କିନ୍ତୁ ସେ ପୁଣି ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ ଏବଂ ମହେନ୍ଦ୍ର ପାର୍କ ଅଂଚଳରେ ରହିବାକୁ ଲାଗିଲେ। ପୋଲିସ ତାଙ୍କୁ ଖୋଜାଖୋଜି କରି ଗିରଫ କରିଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି