ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ତାଙ୍କ କାର୍ଯ୍ୟକାଳକୁ ମୋ ଜୀବନର ସର୍ବେତମ ସୌଭାଗ୍ୟ ବୋଲି ତାଙ୍କ ବିଦାୟୀ ଭାଷଣରେ କଲେ ବର୍ଣ୍ଣନା
- ଉପ ସେନାଧ୍ୟକ୍ଷ ଜେନେରାଲ ଧୀରଜ ସେଠ ନୂତନ ସେନାମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ ନୂଆଦିଲ୍ଲୀ, ୩୦ ଜୁନ୍ (ହିସ)- ଆଜି ଅପରାହ୍ନରେ ବର୍ତମାନର ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଅବସର ପରେ, ଲେଫ୍ଟନାଂଟ ଜେନେରାଲ ଧୀରଜ ସେଠ ଦେଶର ପରବର୍ତୀ ସେନାମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି
ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ତାଙ୍କ କାର୍ଯ୍ୟକାଳକୁ ମୋ ଜୀବନର ସର୍ବେତମ ସୌଭାଗ୍ୟ ବୋଲି ତାଙ୍କ ବିଦାୟୀ ଭାଷଣରେ କଲେ ବର୍ଣ୍ଣନା


- ଉପ ସେନାଧ୍ୟକ୍ଷ ଜେନେରାଲ ଧୀରଜ ସେଠ ନୂତନ ସେନାମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ, ୩୦ ଜୁନ୍ (ହିସ)- ଆଜି ଅପରାହ୍ନରେ ବର୍ତମାନର ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଅବସର ପରେ, ଲେଫ୍ଟନାଂଟ ଜେନେରାଲ ଧୀରଜ ସେଠ ଦେଶର ପରବର୍ତୀ ସେନାମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ବିଦାୟୀ ଭାଷଣରେ, ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ତାଙ୍କ କାର୍ଯ୍ୟକାଳକୁ ମୋ ଜୀବନର ସର୍ବୋତମ ସୌଭାଗ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ଜେନେରାଲ ଦ୍ୱବେଦୀ ସୈନିକ, ଅବସରପ୍ରାପ୍ତ ସୈନିକ, ସେମାନଙ୍କ ପରିବାର ଏବଂ ଦେଶର ନାଗରିକମାନଙ୍କୁ ସେମାନଙ୍କର ଅଟଳ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ନୂଆଦିଲ୍ଲୀର ସାଉଥ୍ ବ୍ଲକ୍ ଲନ୍ସରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।

ଜେନେରାଲ ଧୀରଜ ସେଠଙ୍କୁ ସେନାମୁଖ୍ୟର ଦାୟିତ୍ୱ ହସ୍ତାନ୍ତର କରିବା ପରେ, ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର ଦିନ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସର୍ବୋତମ ସୌଭାଗ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଥିଲେ, ଆଜି ମୁଁ ଜେନେରାଲ ଧୀରଜ ସେଠଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରୁଛି। ସେ ଜଣେ ଅଭିଜ୍ଞ ସୈନିକ ଏବଂ ଜଣେ ଦକ୍ଷ ନେତା। ମୁଁ ନିଶ୍ଚିତ ଯେ ତାଙ୍କ ନେତୃତ୍ୱରେ ଭାରତୀୟ ସେନା ଏହାର ଗୌରବମୟ ପରମ୍ପରା, ବୃତିଗତତା ଏବଂ ସଂକଳ୍ପକୁ ବଜାୟ ରଖି ଆହୁରି ଉଚ୍ଚ ସ୍ତରରେ ପହଂଚିବ। ଆଜି, ଯେତେବେଳେ ମୁଁ ତାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରୁଛି, ମୋର ଭାରତୀୟ ସେନାର ଭବିଷ୍ୟତ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ଭାରତୀୟ ସେନା ଏହାର ପରମ୍ପରା ପ୍ରତି ସତ୍ୟ ରହିବ, ବର୍ତମାନର ଚ୍ୟାଲେଞ୍ଜ ବିରୁଦ୍ଧରେ ସଜାଗ ରହିବ ଏବଂ ଭବିଷ୍ୟତର ଯେକୌଣସି ପରିସ୍ଥିତି ପାଇଁ ନିରନ୍ତର ପ୍ରସ୍ତୁତ ରହିବ।

---------------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande