ଗୌହାଟିରେ ଆଦିବାସୀ କଲ୍ୟାଣ ଯୋଜନାର ଅଗ୍ରଗତି ସମୀକ୍ଷା, ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ
ଗୌହାଟି, ୩୦ ଜୁନ୍ (ହି.ସ.) ମଙ୍ଗଳବାର ଦିନ ଗୌହାଟିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମଙ୍କ ଅଧ୍ୟକ୍ଷତାରେ ମନ୍ତ୍ରଣାଳୟର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ଉଦ୍ଦେଶ୍ୟ ଥିଲା ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ଏବଂ ବିକାଶ ସହିତ ଜଡିତ ବିଭିନ୍ନ କେନ୍ଦ
ଗୌହାଟିରେ ଆଦିବାସୀ କଲ୍ୟାଣ ଯୋଜନାର ଅଗ୍ରଗତି ସମୀକ୍ଷା, ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ


ଗୌହାଟି, ୩୦ ଜୁନ୍ (ହି.ସ.) ମଙ୍ଗଳବାର ଦିନ ଗୌହାଟିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମଙ୍କ ଅଧ୍ୟକ୍ଷତାରେ ମନ୍ତ୍ରଣାଳୟର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ଉଦ୍ଦେଶ୍ୟ ଥିଲା ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ଏବଂ ବିକାଶ ସହିତ ଜଡିତ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ମୂଲ୍ୟାଙ୍କନ କରିବା ଏବଂ ଏହାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକୀୟ ମାର୍ଗଦର୍ଶିକା ସ୍ଥାପନ କରିବା।

ଆସାମ ମନ୍ତ୍ରୀ ଡକ୍ଟର ରଣୋଜ ପେଗୁଙ୍କ ସମେତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଆଦିବାସୀ କଲ୍ୟାଣ ଯୋଜନା, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ଜୀବିକା ପ୍ରୋତ୍ସାହନ ଏବଂ ଭିତିଭୂମି ବିକାଶ କାର୍ଯ୍ୟଗୁଡ଼ିକର ବିସ୍ତୃତ ସମୀକ୍ଷା କରାଯାଇଥିଲା।

ବିଭିନ୍ନ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସମୟସୀମା ଏବଂ ସ୍ୱଚ୍ଛ ଭାବରେ ପହଂଚିିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା। ଏଥିପାଇଁ, ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ, ନିୟମିତ ତଦାରଖ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ଉତମ ସମନ୍ୱୟ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ସମୀକ୍ଷା ସମୟରେ, ଆଦିବାସୀ ସମ୍ପ୍ରଦାୟର ସାମାଜିକ ଏବଂ ଆର୍ôଥକ ସଶକ୍ତିକରଣ ଉପରେ ମଧ୍ୟ ବ୍ୟାପକ ଆଲୋଚନା କରାଯାଇଥିଲା। ବୈଠକରେ ଶିକ୍ଷାଗତ ସୁଯୋଗ ବୃଦ୍ଧି, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି, ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଏବଂ ଦୂରବର୍ତୀ ଆଦିବାସୀ ଅଂଚଳରେ ଭିତିଭୂମିକୁ ସୁଦୃଢ଼ କରିବା ଭଳି ବିଷୟ ଉପରେ ଆଲୋଚନା ହୋଇଥିଲା।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande