
ନୂଆଦିଲ୍ଲୀ, ୦୪ ଜୁନ୍(ହି.ସ.) – ଜୁନ୍ ୨ ଏବଂ ଜୁନ୍ ୪ରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ମୁମ୍ବାଇ, ସୁରଟ, ଅଙ୍କଲେଶ୍ୱର ଏବଂ ରାଜକୋଟରେ ୨୧ଟି ସ୍ଥାନରେ ମନି ଲଣ୍ଡରିଂ ନିବାରଣ ଅଧିନିୟମ, ୨୦୦୨ ଅନୁଯାୟୀ ଅନୁସନ୍ଧାନ କରିଥିଲା। ସଲିମ୍ ଇସ୍ମାଇଲ୍ ଡୋଲା ଏବଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ପରିଚାଳିତ ଏକ ଆନ୍ତର୍ଜାତୀୟ ସଂଗଠିତ ନିଶା କାରବାର ସିଣ୍ଡିକେଟ୍ ଅନୁସନ୍ଧାନ ସମ୍ବନ୍ଧୀୟ ଏକ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଇଡି ଅନୁସନ୍ଧାନରେ ସଲିମ୍ ଡୋଲାଙ୍କ ନେଟୱାର୍କ ଅନ୍ତର୍ଭୁକ୍ତ ଥିଲା ଯେଉଁଥିରେ ରାସାୟନିକ ଯୋଗାଣକାରୀ, ରାସାୟନିକ ବ୍ୟବସାୟୀ, ନିର୍ମାତା ଏବଂ ମେଫେଡ୍ରୋନ୍(ଏମ୍ଡି) ନାମକ ସିନ୍ଥେଟିକ୍ ଔଷଧର ବିତରକ, ହାୱାଲା ଅପରେଟର ଏବଂ କୋଟି କୋଟି ଟଙ୍କା ମୂଲ୍ୟର ବେନାମୀ ସମ୍ପତି ଧାରକ ଅନ୍ତର୍ଭୁକ୍ତ। ବେଆଇନ ଯୋଗାଣ ଶୃଙ୍ଖଳା ଏବଂ ମନି ଲଣ୍ଡରିଂ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଲିଙ୍କକୁ ଟାର୍ଗେଟ କରି ସିଣ୍ଡିକେଟ୍ର ପରିଚାଳନା କ୍ଷମତା ଏବଂ ଆର୍ôଥକ ଢାଂଚାକୁ ବ୍ୟାହତ କରିବା ଏହି କାର୍ଯ୍ୟାନୁଷ୍ଠାନର ଉଦ୍ଦେଶ୍ୟ ଥିଲା।
ଚଢ଼ଉ ସମୟରେ ନଗଦ ଟଙ୍କା, ବିଦେଶୀ ମୁଦ୍ରା, ସୁନା ଇଟା ଏବଂ ପ୍ରାୟ ୧.୩୩ କୋଟି ଟଙ୍କା ମୂଲ୍ୟର ବ୍ୟାଙ୍କ ବାଲାନ୍ସ ଜବତ କରାଯାଇଥିଲା ଏବଂ ଫ୍ରିଜ କରାଯାଇଥିଲା। ଏହାବ୍ୟତୀତ ଭାରତ ଏବଂ ଦୁବାଇରେ ଅବସ୍ଥିତ କୋଟି ଟଙ୍କାର ଅଚଳ ସମ୍ପତି ସମ୍ବନ୍ଧୀୟ କାଗଜପତ୍ର ମଧ୍ୟ ଉଦ୍ଧାର କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି