
ସୁରଟ, ୫ ଜୁନ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୁଜରାଟର ସୁରଟରେ ଏଲ ଆଣ୍ଡ ଟିର ସଶସ୍ତ୍ର ସିଷ୍ଟମ୍ସ କମ୍ପେ୍ଲକ୍ସ ପରିଦର୍ଶନ କଲେ ଏବଂ ସେଠାରେ ନିର୍ମିତ ହେଉଥିବା ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ୱଦେଶୀ ପ୍ରତିରକ୍ଷା ପ୍ରକଳ୍ପ ବିଷୟରେ ପଚାରି ବୁଝିଲେ।
ଅତ୍ୟାଧୁନିକ ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ରରେ ପହଂଚିବା ପରେ, ଏଲ ଆଣ୍ଡ ଟିର ବରିଷ୍ଠ ଅଧିକାରୀମାନେ କମ୍ପେ୍ଲକ୍ସରେ ବିକଶିତ ହେଉଥିବା ବିଭିନ୍ନ ସ୍ୱଦେଶୀ ପ୍ରତିରକ୍ଷା ପ୍ରଣାଳୀ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ଦେଇଥିଲେ। ଭାରତ ସରକାରଙ୍କ 'ଆତ୍ମନିର୍ଭର ଭାରତ' ଅଭିଯାନ ଅଧୀନରେ ଏହି କେନ୍ଦ୍ର ଭାରୀ ଇଞ୍ଜିନିୟରିଂ ଏବଂ ସଶସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
----------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ