ଫ୍ରାନ୍ସ ଗସ୍ତରେ ଥିବା ବାୟୁସେନା ପ୍ରମୁଖ ଅର୍ଲିଅନ୍ସ ଏୟାରବେସରୁ ଏ-୪୦୦ଏମ ବିମାନରେ ଉଡ଼ାଣ ଭରିଲେ : ତିନି ଦିନିଆ ସରକାରୀ ଗସ୍ତ ସମୟରେ ପ୍ରମୁଖ ପ୍ରତିରକ୍ଷା କମ୍ପାନୀଗୁଡ଼ିକର ପ୍ରତିନିଧିଙ୍କୁ ଭେଟିଲେ
ନୂଆଦିଲ୍ଲୀ, ୫ ଜୁନ୍ (ହି.ସ.)- ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ. ପି. ସିଂହ ଫ୍ରାନ୍ସକୁ ତାଙ୍କର ତିନି ଦିନିଆ ସରକାରୀ ଗସ୍ତ ସମୟରେ ପ୍ରମୁଖ ପ୍ରତିରକ୍ଷା କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କୁ ଭେଟିଥିଲେ, ଯାହା ''ମେକ୍ ଇନ୍ ଇଣ୍ଡିଆ'' ପଦକ୍ଷେପକୁ ଆଗେଇ ନେବାରେ ସହାୟକ ହୋଇଛି । ସ
ଫ୍ରାନ୍ସ ଗସ୍ତରେ ଥିବା ବାୟୁସେନା ପ୍ରମୁଖ ଅର୍ଲିଅନ୍ସ ଏୟାରବେସରୁ ଏ-୪୦୦ଏମ ବିମାନରେ ଉଡ଼ାଣ ଭରିଲେ : ତିନି ଦିନିଆ ସରକାରୀ ଗସ୍ତ ସମୟରେ ପ୍ରମୁଖ ପ୍ରତିରକ୍ଷା କମ୍ପାନୀଗୁଡ଼ିକର ପ୍ରତିନିଧିଙ୍କୁ ଭେଟିଲେ


ନୂଆଦିଲ୍ଲୀ, ୫ ଜୁନ୍ (ହି.ସ.)- ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ. ପି. ସିଂହ ଫ୍ରାନ୍ସକୁ ତାଙ୍କର ତିନି ଦିନିଆ ସରକାରୀ ଗସ୍ତ ସମୟରେ ପ୍ରମୁଖ ପ୍ରତିରକ୍ଷା କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କୁ ଭେଟିଥିଲେ, ଯାହା 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପକୁ ଆଗେଇ ନେବାରେ ସହାୟକ ହୋଇଛି । ସେ ଅର୍ଲିଅନ୍ସ ଏୟାରବେସରୁ ଏ-୪୦୦ଏମ ବିମାନରେ ଉଡ଼ାଣ ଭରି ଏହାର ସାମର୍ଥ୍ୟ ପରୀକ୍ଷା କରିଥିଲେ ।

ଏୟାର ଚିଫ୍ ମାର୍ଶାଲ ଏ. ପି. ସିଂହ ବାଲାର୍ଡସ୍ଥିତ ବାୟୁସେନା ଏବଂ ମହାକାଶ ବାହିନୀ ମୁଖ୍ୟାଳୟରେ ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ୍ ଜେରୋମ୍ ବେଲେଞ୍ଜରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏଠାରେ ତାଙ୍କୁ 'ଗାର୍ଡ ଅଫ୍ ଅନର୍ ସହିତ ସାମରିକ ସମ୍ମାନ ପ୍ରଦାନ କରାଯାଇଥିଲା । ଏୟାର ଚିଫ ମାର୍ଶାଲ ଫ୍ରାନ୍ସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସାମରିକ ଷ୍ଟାଫ୍ ମୁଖ୍ୟ ଜେନେରାଲ ଭିନସେଂଟ ଗିରାଉଡଙ୍କୁ ମଧ୍ୟ ଭେଟିଥିଲେ ଏବଂ ଇକୋଲେ ଡି ଗୁଏରେ, ଇକୋଲେ ମିଲିଟାୟାରରେ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ, ଯେଉଁଥିରେ ବିନିମୟ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ସେଠାରେ ଉପସ୍ଥିତ ଭାରତୀୟ ଅଧିକାରୀ କ୍ୟାଡେଟ ମଧ୍ୟ ସାମିଲ୍ ଥିଲେ । ବାୟୁସେନା ମୁଖ୍ୟ ମୋଂଟ-ଡି-ମାର୍ସନ ଏୟାର କମ୍ବ୍ୟାଟ୍ ସେଂଟର ପରିଦର୍ଶନ କରିଥିଲେ ।

ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ କହିଛି ଯେ, ଏୟାର ଚିଫ୍ ମାର୍ଶାଲ ଏପି ସିଂଙ୍କ ଗସ୍ତ ଭାରତୀୟ ବାୟୁସେନା ଏବଂ ଫ୍ରାନ୍ସର ବାୟୁସେନା ଓ ମହାକାଶ ବାହିନୀ ମଧ୍ୟରେ ଗଭୀର ଭାଗିଦାରୀକୁ ଆହୁରି ମଜବୁତ କରିଛି । ବାୟୁସେନା ମୁଖ୍ୟ ଅର୍ଲିଅନ୍ସ ଏୟାରବେସରୁ ଏ-୪୦୦ଏମ ବିମାନରେ ଯାତ୍ରା କରିଥିଲେ ଏବଂ 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପକୁ ଆଗକୁ ନେବାରେ ସହାୟତା କରିବା ପାଇଁ ଡାସଲ୍ଟ ଆଭିଏସନ୍, ଥେଲ୍ସ୍, ସାଫ୍ରାନ୍ ଏବଂ ଏମ୍. ବି. ଡି. ଏ. ଭଳି ପ୍ରମୁଖ ପ୍ରତିରକ୍ଷା କମ୍ପାନୀର ପ୍ରତିନିଧିମାନଙ୍କୁ ଭେଟିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande