ଆସାମରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ: ୧୨ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଲେ
ଗୌହାଟୀ, ୫ ଜୁନ୍ (ହି.ସ.)- ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶୁକ୍ରବାର ଦିନ ଆସାମ କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଡଃ. ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱାଧୀନ ସରକାରରେ ୧୨ ଜଣ ଏନଡିଏ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହି ସମ୍ପ୍ରସାରଣ
ଆସାମରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ: ୧୨ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଲେ


ଗୌହାଟୀ, ୫ ଜୁନ୍ (ହି.ସ.)- ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶୁକ୍ରବାର ଦିନ ଆସାମ କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଡଃ. ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱାଧୀନ ସରକାରରେ ୧୨ ଜଣ ଏନଡିଏ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହି ସମ୍ପ୍ରସାରଣ ସହିତ, ପ୍ରସ୍ତାବିତ ୧୯ ଜଣିଆ କ୍ୟାବିନେଟରେ ଏପର୍ଯ୍ୟନ୍ତ ୧୭ଟି ପଦବୀ ପୂରଣ କରାଯାଇଛି ।

ନୂତନ ମନ୍ତ୍ରୀମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ୧୧ ଜଣ ବିଧାୟକ ଥିବାବେଳେ ସହଯୋଗୀ ଦଳ ଆସାମ ଗଣ ପରିଷଦ (ଏ. ଜି. ପି.) ର ଜଣେ ବିଧାୟକ ଅଛନ୍ତି । ଜ୍ୟୋତି-ବିଷ୍ଣୁ ଆନ୍ତର୍ଜାତୀୟ କଳା ମନ୍ଦିରରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ସମସ୍ତ ମନ୍ତ୍ରୀଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନେ ହେଲେ ଡକ୍ଟର ରନୋଜ ପେଗୁ, ଅଶ୍ୱିନୀ ରାୟ ସରକାର, ବିଶ୍ୱଜିତ୍ ଦୈମାରୀ, ପିୟୂଷ ହଜାରିକା, ଅଶୋକ ସିଂହଲ, କୃଷ୍ଣେନ୍ଦୁ ପାଲ୍, ନୀଲିମା ଦେବୀ, ଜୟନ୍ତ ମଲ୍ଲ ବରୁଆ, କୌଶିକ ରାୟ, ବିମଳ ବୋରା, ସୁଶାନ୍ତ ବୋରଗୋହାଇଂ ଏବଂ କେଶବ ମହନ୍ତ । ଏମାନଙ୍କ ମଧ୍ୟରୁ କେଶବ ମହନ୍ତ ଏକମାତ୍ର ଏ. ଜି. ପି. ବିଧାୟକ ହୋଇଥିବାବେଳେ ଅନ୍ୟ ସମସ୍ତେ ବିଜେପିର ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande