ରାଜ୍ୟସଭା ନିର୍ବାଚନ ପାଇଁ ମଲ୍ଲିକାର୍ଜୁନ ଖଡ଼ଗେ ନାମାଙ୍କନ ଦାଖଲ କଲେ
ବାଙ୍ଗାଲୋର, ୦୫ ଜୁନ୍(ହି.ସ.) – ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟସଭା ନିର୍ବାଚନ ଜୁନ୍ ୧୮ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ନାମାଙ୍କନ
ରାଜ୍ୟସଭା ନିର୍ବାଚନ ପାଇଁ ମଲ୍ଲିକାର୍ଜୁନ ଖଡ଼ଗେ ନାମାଙ୍କନ ଦାଖଲ କଲେ


ବାଙ୍ଗାଲୋର, ୦୫ ଜୁନ୍(ହି.ସ.) – ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟସଭା ନିର୍ବାଚନ ଜୁନ୍ ୧୮ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ନାମାଙ୍କନ ଦାଖଲ ସମୟରେ କେସି ଭେନୁଗୋପାଳ, ରାହୁଲ ଗାନ୍ଧୀ, ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ରଣଦୀପ ସିଂହ ସୁରଜେୱାଲା ଏବଂ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି(କେପିସିସି) ସଭାପତି ବି.କେ. ହରିପ୍ରସାଦଙ୍କ ସମେତ ଅନେକ ପ୍ରମୁଖ ନେତା ଉପସ୍ଥିତ ଥିଲେ।

ଶୁକ୍ରବାର ବେଙ୍ଗାଲୁରୁର ବିଧାନ ସୌଧରେ ଏ.ଆଇ.ସି.ସି. ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଆନୁଷ୍ଠାନିକ ଭାବେ ରାଜ୍ୟସଭା ପାଇଁ ନିଜର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ କରିବା ପରେ ଗଣମାଧ୍ୟମ ସହ କଥାବାର୍ତା କରି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ତାଙ୍କ ପ୍ରାର୍ଥୀତ୍ୱକୁ ଦଳର ସମସ୍ତ ବିଧାୟକ ଏବଂ ନେତାଙ୍କ ମିଳିତ ସମର୍ଥନ ରହିଛି।

ସେ କହିଛନ୍ତି ଯେ ଆଜି ମୁଁ ମୋର ନାମାଙ୍କନ ଦାଖଲ କରିଛି। ସମସ୍ତ ବିଧାୟକ ଏବଂ ଦଳର ନେତାମାନେ ମୋତେ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି। ସେମାନଙ୍କ ବିଶ୍ୱାସ ଏବଂ ସମର୍ଥନ ପାଇଁ ମୁଁ କୃତଜ୍ଞ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟକୁ ନେଇ ଖର୍ଗେ ପୂର୍ଣ୍ଣ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ। ଦଳର ଏକତା, ଶୃଙ୍ଖଳା ଏବଂ ସଂଗଠିତ କାର୍ଯ୍ୟଶୈଳୀ କଂଗ୍ରେସର ସବୁଠାରୁ ବଡ଼ ଶକ୍ତି ବୋଲି ସେ କହିଛନ୍ତି।

ଯଦି ବିଧାୟକ, ନେତା ଏବଂ କର୍ମୀମାନେ ଏକାଠି କାମ କରନ୍ତି, ତେବେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ବୋଲି ସେ କହିଛନ୍ତି। ଏହି ନିର୍ବାଚନରେ ସମସ୍ତ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବେ ବୋଲି ଖଡ଼ଗେ ଆତ୍ମବିଶ୍ୱାସ ପ୍ରକଟ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande