
ନୂଆଦିଲ୍ଲୀ, ୦୭ ଜୁନ୍(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଅଭିନେତା ସଲିମ୍ କୁମାରଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ କହିଛନ୍ତି, ଭେଟେରାନ୍ ଅଭିନେତା ସଲିମ୍ କୁମାରଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖିତ। ନିଜର ବିଶିଷ୍ଟ କ୍ୟାରିଅରରେ ସେ ନିଜର ବହୁମୁଖୀ ପ୍ରତିଭା ଏବଂ ବିଭିନ୍ନ ଭୂମିକାରେ ସ୍ମରଣୀୟ ଅଭିନୟ ଦ୍ୱାରା ଏକ ଅବିସ୍ମରଣୀୟ ଛାପ ଛାଡ଼ି ଯାଇଛନ୍ତି। ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ଅଗଣିତ ପ୍ରଶଂସକଙ୍କ ସହ ଅଛି। ଓମ୍ ଶାନ୍ତି!’
ସ୍ମରଣଯୋଗ୍ୟ ଯେ ଜାତୀୟ ପୁରସ୍କାର ବିଜେତା ଅଭିନେତା ସଲିମ୍ କୁମାର ଜ୍ୱର ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଡାକ୍ତରଖାନାରେ ଭର୍ତି ହୋଇଥିଲେ, ଯେଉଁଠାରେ ଶନିବାର ରାତି ୧୦ଟା ୪୩ ମିନିଟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କୁ ୫୬ ବର୍ଷ ହୋଇଥିଲା। ପ୍ରଶଂସକମାନେ 'ଆଦାମିନ୍ତେ ମାକାନ୍ ଅବୁ ଏବଂ' ‘ପୁଲିଭାଲ କଲ୍ୟାଣମ୍’ ଭଳି ୩୦୦ରୁ ଅଧିକ ଚଳଚ୍ଚିତ୍ରରେ ତାଙ୍କର ସ୍ମରଣୀୟ ଭୂମିକାକୁ ମନେ ପକାଇଥିଲେ। ତାଙ୍କ ପତ୍ନୀ ସୁନୀତା ଏବଂ ତିନି ସନ୍ତାନ ରହିଛନ୍ତି। ତାଙ୍କର ଅନ୍ତିମ ସଂସ୍କାର ପାଇଁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି