
ସୁରଟ, ୦୭ ଜୁନ୍(ହି.ସ.) – ଗୁଜରାଟର ସୁରଟ ସହରର ଖଣ୍ଡ ବଜାର ଅଂଚଳରେ ରବିବାର ସକାଳେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ଚୋର୍ଯାସୀ ଡାଏରୀ ନିକଟସ୍ଥ ରତିହ୍ ଜୁଏଲର୍ସ ଠାରେ ଏକ ଭୂତଳ ଇ.ଟି.ପି. ଟ୍ୟାଙ୍କ ସଫା କରିବା ସମୟରେ ବିଷାକ୍ତ ଗ୍ୟାସ୍ ନିଃଶ୍ୱାସ ପ୍ରଶ୍ୱାସରେ ଚାରିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।
ଘଟଣାର ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଦଳ ଘଟଣା ସ୍ଥଳରେ ପହଂଚି ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଚଳାଇ ଚାରିଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ଚିକିତ୍ସା ପାଇଁ ସେମାନଙ୍କୁ ଶ୍ମିମର୍ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ଚାରିଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ସୁପରଭାଇଜର ନିମେଶ ବିଠଲଭାଇ ସାଭାଲିଆ(୨୬ ବର୍ଷ), ବିକାଶ କୁମାର ସନ୍ତୋଷଭାଇ ସୋନାୱାନେ(୨୪ ବର୍ଷ), ବିଜୟ ଭିଖାଭାଇ ଅହିରେ(୨୪ ବର୍ଷ), ଯୋଗୀଶ ନାନାଭାଇ ଯାଦବ।
କୁହାଯାଉଛି ଯେ ଯୋଗେଶ୍ ପ୍ରଥମେ ଟାଙ୍କି ସଫା କରିବା ପାଇଁ ଭିତରକୁ ଯାଇଥିଲେ। ଯେତେବେଳେ ସେ ଫସି ଯାଇଥିଲେ ବିକାଶ ଏବଂ ବିଜୟ ତାଙ୍କୁ ବଂଚାଇବାକୁ ତଳକୁ ଯାଇଥିଲେ, କିନ୍ତୁ ସେମାନେ ମଧ୍ୟ ବିଷାକ୍ତ ଗ୍ୟାସ୍ ଦ୍ୱାରା ଆଘାତ ପାଇଥିଲେ। ଏହାପରେ ସୁପରଭାଇଜର ନିମେଶ ସବାଲିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଏବଂ ନିଜେ ଉଦ୍ଧାର ପାଇଁ ଟ୍ୟାଙ୍କ ଭିତରକୁ ଯାଇଥିଲେ, ଯେଉଁଠାରେ ସେ ମଧ୍ୟ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି