ଲାଂଚ ନେଉଥିବା ବେଳେ ଧରାପଡ଼ିଲେ ଚଣ୍ଡିଗଡ଼ ପୋଲିସର ଏ.ଏସ୍.ଆଇ., ଗିରଫ କଲା ସିବିଆଇ
ନୂଆଦିଲ୍ଲୀ, ୦୭ ଜୁନ୍(ହି.ସ.) – ଚଣ୍ଡିଗଡ଼ ପୋଲିସର ସେକ୍ଟର-୩୯ ପୋଲିସ ଷ୍ଟେସନରେ ଅବସ୍ଥାପିତ ଆସିଷ୍ଟାଂଟ ସବ୍-ଇନ୍ସପେକ୍ଟର (ଏ.ଏସ୍.ଆଇ.) ହିତେଶ କୁମାରଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋର(ସି.ବି.ଆଇ.) ୪୦,୦୦୦ ଟଙ୍କା ଲାଂଚ ନେଉଥିବାବେଳେ ଗିରଫ କରିଛି। ଏକ ସଡ଼କ ଦୁର୍ଘଟଣା ମାମଲାରେ ଗାଡ଼ି ଛାଡ଼ିଥିବ
ଲାଂଚ ନେଉଥିବା ବେଳେ ଧରାପଡ଼ିଲେ ଚଣ୍ଡିଗଡ଼ ପୋଲିସର ଏ.ଏସ୍.ଆଇ., ଗିରଫ କଲା ସିବିଆଇ


ନୂଆଦିଲ୍ଲୀ, ୦୭ ଜୁନ୍(ହି.ସ.) – ଚଣ୍ଡିଗଡ଼ ପୋଲିସର ସେକ୍ଟର-୩୯ ପୋଲିସ ଷ୍ଟେସନରେ ଅବସ୍ଥାପିତ ଆସିଷ୍ଟାଂଟ ସବ୍-ଇନ୍ସପେକ୍ଟର (ଏ.ଏସ୍.ଆଇ.) ହିତେଶ କୁମାରଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋର(ସି.ବି.ଆଇ.) ୪୦,୦୦୦ ଟଙ୍କା ଲାଂଚ ନେଉଥିବାବେଳେ ଗିରଫ କରିଛି। ଏକ ସଡ଼କ ଦୁର୍ଘଟଣା ମାମଲାରେ ଗାଡ଼ି ଛାଡ଼ିଥିବା ଏବଂ ଅଭିଯୋଗକାରୀଙ୍କ ବିରୋଧରେ ମାମଲା ରୁଜୁ ନକରିବା ବଦଳରେ ଲାଂଚ ମାଗିଥିବା ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ହୋଇଛି।

ରବିବାର ଦିନ ସିବିଆଇ କହିଛି ଯେ ଜୁନ୍ ୬ରେ ଅଭିଯୋଗ ଆଧାରରେ ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଅଭିଯୋଗକାରୀ ଅଭିଯୋଗ କରିଥିଲେ ଯେ ଏ.ଏସ୍.ଆଇ. ହିତେଶ କୁମାର ଏକ ସଡ଼କ ଦୁର୍ଘଟଣା ମାମଲାରେ ତାଙ୍କ ଗାଡ଼ି ପରିତ୍ୟାଗ କରିଥିବାରୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ନକରିବା ପାଇଁ ୫୦,୦୦୦ ଟଙ୍କା ଲାଂଚ ମାଗିଥିଲେ।

ତଦନ୍ତ ସମୟରେ ଆଲୋଚନା ପରେ ଅଭିଯୁକ୍ତ ୪୦,୦୦୦ ଟଙ୍କା ନେବାକୁ ରାଜି ହୋଇଥିଲେ। ଏହାପରେ ସିବିଆଇ ଏକ ଜାଲ ବିଛାଇଥିଲା ଏବଂ ଜୁନ୍ ୬ରେ ଅଭିଯୋଗକାରୀଙ୍କ ଠାରୁ ୪୦,୦୦୦ ଟଙ୍କା ଲାଂଚ ନେଉଥିବାବେଳେ ଅଭିଯୁକ୍ତ ଏ.ଏସ୍.ଆଇ.ଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଥିଲା। ଗିରଫ ହୋଇଥିବା ଏ.ଏସ୍.ଆଇ.ଙ୍କୁ ଚଣ୍ଡିଗଡ଼ର ସକ୍ଷମ ଅଦାଲତରେ ହାଜର କରାଯିବ। ଅଭିଯୁକ୍ତଙ୍କ ଘରେ ମଧ୍ୟ ସିବିଆଇ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ମାମଲାର ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande