ମାଲାୟାଲମ୍ ଅଭିନେତା ସଲିମ୍ କୁମାରଙ୍କ ବିୟୋଗ
କୋଚି, ଜୁନ 7 (ହି.ସ)। ମାଲାୟାଲମ୍ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ସଲିମ୍ କୁମାରଙ୍କର 56 ବର୍ଷ ବୟସରେ ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ନିମୋନିଆ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରିବାର ସୂତ୍ରରୁ ଏହି ସୂଚନା ମିଳିଛି। ଶନିବାର ରାତି ପ୍ରାୟ 10.43ରେ ସେ
मलयालम फिल्मों के लोकप्रिय अभिनेता सलीम कुमार । फोटो - फाइल


କୋଚି, ଜୁନ 7 (ହି.ସ)। ମାଲାୟାଲମ୍ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ସଲିମ୍ କୁମାରଙ୍କର 56 ବର୍ଷ ବୟସରେ ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ନିମୋନିଆ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରିବାର ସୂତ୍ରରୁ ଏହି ସୂଚନା ମିଳିଛି। ଶନିବାର ରାତି ପ୍ରାୟ 10.43ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସକାଳେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ପାରିବାରିକ ସୂତ୍ର ଅନୁଯାୟୀ, କିଛି ବର୍ଷ ପୂର୍ବେ ଯକୃତ ପ୍ରତିରୋପଣ କରିଥିବା କୁମାରଙ୍କୁ ଡାକ୍ତରଖାନାରେ ଭେଣ୍ଟିଲେଟରରେ ରଖାଯାଇଥିଲା। 1990 ଦଶକର ଶେଷ ଭାଗରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବା ପୂର୍ବରୁ କୁମାର କମେଡି ମାଧ୍ୟମରେ ସ୍ୱୀକୃତି ଲାଭ କରିଥିଲେ। ସେ 1997 ରେ ବଡ ପରଦାରେ ଡେବ୍ୟୁ କରିଥିଲେ। 2000 ଦଶକରେ ତାଙ୍କର ହାସ୍ୟ ଅଭିନୟ ତାଙ୍କୁ ବ୍ୟାପକ ଲୋକପ୍ରିୟତା ଆଣିଦେଇଥିଲା।

ମାଲାୟାଲମ୍ ଚଳଚ୍ଚିତ୍ର 'ଅଚାନୁରଙ୍ଗଥା ଭିଡୁ ରେ ଅଭିନୟ ପାଇଁ ସେ ଦ୍ୱିତୀୟ ଶ୍ରେଷ୍ଠ ଅଭିନେତା ଭାବେ କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହାପରେ ସେ ଆଦାମିନ୍ତେ ମାକନ ଅବୁ (2010) ରେ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande