
ଜମ୍ମୁ, ୮ ଜୁନ୍ (ହି.ସ.) ସୋମବାର ଜମ୍ମୁ ଓ କାଶ୍ମୀରର ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଦୁଇଟି ଭିନ୍ନ ସ୍ଥାନରେ ତିନୋଟି ମୋର୍ଟାର ସେଲ୍ ମିଳିଛି। ଅଧିକାରୀମାନେ କହିଛନ୍ତି ଯେ ଝାଙ୍ଗାର ଜଙ୍ଗଲ ଅଂଚଳରେ ଦୁଇଟି ମୋର୍ଟାର ସେଲ୍ ମିଳିଥିବା ବେଳେ, ନୌଶେରା ସେକ୍ଟରର ମାକ୍ରି ଗ୍ରାମର ଏକ ନିର୍ଜନ ସ୍ଥାନରେ ଆଜି ସକାଳେ ଅନ୍ୟ ଏକ ମୋର୍ଟାର ସେଲ୍ ମିଳିଛି।
ସେମାନେ କହିଛନ୍ତି ଯେ ସେନାର ବୋମା ନିଷ୍କ୍ରିୟକାରୀ ଦଳ ସମସ୍ତ ତିନୋଟି ମୋର୍ଟାର ସେଲକୁ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରିଛନ୍ତି। ଅନ୍ୟ ଏକ ଘଟଣାରେ, ସୋମବାର ଦିନ ପୋଲିସ ସାମ୍ବା ଜିଲ୍ଲାର ଆନ୍ତର୍ଜାତୀୟ ସୀମା ନିକଟବର୍ତୀ ଢାକ୍କି ନାଲାରେ ପିଆଇଏ (ପାକିସ୍ତାନ ଇଂଚରନ୍ୟାସନାଲ ଏୟାରଲାଇନ୍ସ) ଚିହ୍ନିତ ଏକ ବିମାନ ଆକୃତିର ବେଲୁନ ଉଦ୍ଧାର କରିଛି। ଅଧିକାରୀମାନେ କହିଛନ୍ତି ଯେ ଧଳା ଏବଂ ସବୁଜ ବେଲୁନଟି ଗ୍ରାମବାସୀମାନେ ଦେଖିଥିଲେ ଏବଂ ପରେ ସ୍ଥାନୀୟ ପୋଲିସ ଷ୍ଟେସନର ଏକ ଦଳ ଦ୍ୱାରା ଜବତ କରାଯାଇଥିଲା। ଏହିପରି ବେଲୁନଗୁଡ଼ିକ ପ୍ରାୟତଃ ସୀମା ଆରପାରିରୁ ଭାରତୀୟ ଅଂଚଳରେ ପ୍ରବେଶ କରିଥାଏ ଏବଂ ଜାମ୍ମୁ ଓ କାଶ୍ମୀରର ସୀମାବର୍ତୀ ଗ୍ରାମଗୁଡ଼ିକରୁ ନିୟମିତ ଭାବରେ ଉଦ୍ଧାର କରାଯାଏ।
-----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ