
ନୂଆଦିଲ୍ଲୀ, ଜୁଲାଇ ୧ (ହି.ସ.) -ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଚାର୍ଟାର୍ଡ ଆକାଉଂଟାଂଟ ଦିବସ ଅବସରରେ ସାରା ଦେଶରେ ଚାର୍ଟାର୍ଡ ଆକାଉଂଟାଂଟ (ସିଏ) ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଥିଲେ ଯେ ଭାରତର ଆôର୍ଥକ ଯାତ୍ରାରେ ଚାର୍ଟାର୍ଡ ଆକାଉଂଟାଂଟମାନେ ଦୀର୍ଘ ଦିନ ଧରି ବିଶ୍ୱସ୍ତ ଅଂଶୀଦାର ହୋଇ ରହିଛନ୍ତି ଏବଂ ସେମାନଙ୍କର ବିଶେଷଜ୍ଞତା ଦେଶର ଆôର୍ଥକ ଅଭିବୃଦ୍ଧି ଏବଂ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଜାରି ରଖିଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରକାଶିତ ଏକ ବାର୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛତା ଏବଂ ବୃତିଗତ ଉତ୍କର୍ଷତା ପ୍ରତି ସେମାନଙ୍କର ପ୍ରତିବଦ୍ଧତା ମାଧ୍ୟମରେ ଚାର୍ଟାର୍ଡ ଆକାଉଂଟାଂଟମାନେ ଦେଶର ଆôର୍ଥକ ବ୍ୟବସ୍ଥାକୁ ମଜବୁତ କରୁଛନ୍ତି। ସେ କହିଥିଲେ ଯେ ଏକ ବିକଶିତ ଭାରତର ଲକ୍ଷ୍ୟ ଦିଗରେ ଚାର୍ଟାର୍ଡ ଆକାଉଂଟାଂଟମାନଙ୍କ ପ୍ରୟାସ ଏକ ଆôର୍ଥକ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଥାଏ, ଯେଉଁଠି ଉଦ୍ୟୋଗ ଏବଂ ବ୍ୟବସାୟ ବିକଶିତ ହୋଇପାରିବ ଏବଂ ସମସ୍ତଙ୍କ ପାଇଁ ନୂତନ ସୁଯୋଗ ପ୍ରସାରିତ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରଗତିରେ ସିଏ ସମ୍ପ୍ରଦାୟର ଯୋଗଦାନ ଅତୁଳନୀୟ ଏବଂ ସେମାନଙ୍କ ସେବା ଭାରତର ଆôର୍ଥକ ଶକ୍ତିର ଆଧାର ହୋଇ ରହିଛି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ