କମ୍ୟୁନିଷ୍ଟ ଦଳମାନେ ଟି.ଭି.କେ.ର ମେଂଟ ବୈଠକରୁ ରଖିଲେ ଦୂରତା
ସି.ଏମ୍. ବିଜୟଙ୍କୁ ଭେଟି ବାହ୍ୟ ସମର୍ଥନ ଜାରି ରଖିବାକୁ ଦେଲେ ସଙ୍କେତ ଚେନ୍ନାଇ, ୦୧ ଜୁଲାଇ(ହି.ସ.) – ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ(ସିପିଆଇ-ଏମ୍)ର ନେତାମାନେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଛନ୍ତି। ଯଦିଓ ସେ ତାମିଲାଗା ଭେଟ
କମ୍ୟୁନିଷ୍ଟ ଦଳମାନେ ଟି.ଭି.କେ.ର ମେଂଟ ବୈଠକରୁ ରଖିଲେ ଦୂରତା


ସି.ଏମ୍. ବିଜୟଙ୍କୁ ଭେଟି ବାହ୍ୟ ସମର୍ଥନ ଜାରି ରଖିବାକୁ ଦେଲେ ସଙ୍କେତ

ଚେନ୍ନାଇ, ୦୧ ଜୁଲାଇ(ହି.ସ.) – ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ(ସିପିଆଇ-ଏମ୍)ର ନେତାମାନେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଛନ୍ତି। ଯଦିଓ ସେ ତାମିଲାଗା ଭେଟ୍ରି କାଜାଗମ(ଟିଭିକେ) ଦ୍ୱାରା ଡକାଯାଇଥିବା ମେଂଟ ଦଳଗୁଡ଼ିକର ପରାମର୍ଶ ମୂଳକ ବୈଠକରେ ଯୋଗଦେବାକୁ ମନା କରିଦେଇଥିଲେ। ବୈଠକ ପରେ ଦୁଇନେତା ସ୍ପଷ୍ଟ କରିଥିଲେ ଯେ ସେମାନଙ୍କ ଦଳ ଟିଭିକେ ସରକାରଙ୍କୁ ବାହ୍ୟ ସମର୍ଥନ ଜାରି ରଖିବେ, ଯାହା ସୂଚିତ କରେ ଯେ ପ୍ରସ୍ତାବିତ ନୂତନ ରାଜନୈତିକ ମେଂଟରେ ବର୍ତମାନ ପାଇଁ ବାମପନ୍ଥୀ ଦଳ ଅନ୍ତର୍ଭୁକ୍ତ ହେବ ନାହିଁ।

ରାଜ୍ୟ ରାଜନୀତିରେ ନୂଆ ରାଜନୈତିକ ସମୀକରଣକୁ ନେଇ ଆଜିକାଲି ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ, ବାମପନ୍ଥୀ ଦଳ, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍, ବିଦୁତାଲାଇ ଚିରୁଥାଇଗଲ୍ କାଚି(ଭିସିକେ) ସମେତ ଅନେକ ଦଳ ଦ୍ରାବିଡ଼ ମୁନେତ୍ର କଡ଼ଗମ(ଡିଏମ୍କେ) ମେଂଟରୁ ଅଲଗା ହେବାପରେ, ଟିଭିକେଙ୍କ ନେତୃତ୍ୱରେ ଏକ ନୂତନ ମେଂଟ ଗଠନ କରିବାର ସମ୍ଭାବନା ଉପରେ ଆଲୋଚନା ଚାଲିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଅଧ୍ୟକ୍ଷତାରେ ମେଂଟ ସହଯୋଗୀମାନଙ୍କ ଏକ ବୈଠକ ଡକାଯାଇଥିଲା।

ତେବେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଏମ୍. ବୀରପାଣ୍ଡିଆନ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ ରାଜ୍ୟ ସମ୍ପାଦକ ପି.କେ. ସନମୁଗମ ଏହି ବୈଠକରେ ଯୋଗଦେବାକୁ ମନା କରିଦେଇଥିଲେ। କିନ୍ତୁ ଦୁଇ ନେତା ପୃଥକ ଭାବେ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଥିଲେ। ଏହି ସମୟରେ ସେମାନେ ଲୋକଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଏବଂ ଦାବି ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ଏବଂ ରାଜ୍ୟର ସମସାମୟିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସାମ୍ବାଦିକମାନଙ୍କ ସହ ମିଳିତ ଭାବେ କଥାବାର୍ତା କରି ଦୁଇ ନେତା କହିଛନ୍ତି ଯେ ସେମାନଙ୍କ ଦଳ ବାହାରୁ ସରକାରଙ୍କୁ ସମର୍ଥନ ଜାରି ରଖିବେ, କିନ୍ତୁ ଟିଭିକେ ରାଜନୈତିକ ମେଂଟରେ ସାମିଲ ହେବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇ ନାହିଁ। ତାଙ୍କ ମନ୍ତବ୍ୟ ପରେ, ବାମପନ୍ଥୀ ଦଳଗୁଡ଼ିକ ପ୍ରସ୍ତାବିତ ନୂତନ ମେଂଟ ଠାରୁ ଦୂରତା ବଜାୟ ରଖିବେ ବୋଲି ବିଶ୍ୱାସ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande