ଉଡୁପିରେ ଜିଓ ଭଲ, ଟ୍ରାଇ ମୋବାଇଲ ନେଟୱର୍କ ପରୀକ୍ଷଣରେ ବିଏସ୍ଏନ୍ଏଲ୍ ପଛରେ
ନୂଆଦିଲ୍ଲୀ, ୦୧ ଜୁଲାଇ(ହି.ସ.) – କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ) ଦ୍ୱାରା କରାଯାଇଥିବା ମୋବାଇଲ୍ ନେଟୱାର୍କ ପରୀକ୍ଷଣରେ ରିଲାଏନ୍ସ ଜିଓର ପ୍ରଦର୍ଶନ ସର୍ବୋତମ ବୋଲି ଦର୍ଶାଯାଇଛି। ଅନୁସନ୍ଧାନ ସମୟରେ, ଡାଉନଲୋଡ୍ ସ୍ପିଡ୍, ନେଟୱାର୍କ କଭରେଜ୍ ଏବଂ କ
ଉଡୁପିରେ ଜିଓ ଭଲ, ଟ୍ରାଇ ମୋବାଇଲ ନେଟୱର୍କ ପରୀକ୍ଷଣରେ ବିଏସ୍ଏନ୍ଏଲ୍ ପଛରେ


ନୂଆଦିଲ୍ଲୀ, ୦୧ ଜୁଲାଇ(ହି.ସ.) – କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ) ଦ୍ୱାରା କରାଯାଇଥିବା ମୋବାଇଲ୍ ନେଟୱାର୍କ ପରୀକ୍ଷଣରେ ରିଲାଏନ୍ସ ଜିଓର ପ୍ରଦର୍ଶନ ସର୍ବୋତମ ବୋଲି ଦର୍ଶାଯାଇଛି। ଅନୁସନ୍ଧାନ ସମୟରେ, ଡାଉନଲୋଡ୍ ସ୍ପିଡ୍, ନେଟୱାର୍କ କଭରେଜ୍ ଏବଂ କଲ୍ ଗୁଣବତା ପରି ଅଧିକାଂଶ ପରିମାପକରେ ଜିଓ ଅନ୍ୟ କମ୍ପାନୀମାନଙ୍କୁ ଅତିକ୍ରମ କରିଥିଲା, ଯେତେବେଳେ ସାର୍ବଜନୀନ କ୍ଷେତ୍ରର ବିଏସ୍ଏନ୍ଏଲ୍ କଭରେଜ୍, କଲ୍ ଡ୍ରପ୍ ଏବଂ ଡାଟା ସ୍ପିଡ୍ ଦୃଷ୍ଟିରୁ ସବୁଠାରୁ ଦୁର୍ବଳ ପ୍ରଦର୍ଶନ କରିଥିଲା।

କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଅନୁଯାୟୀ, ଟ୍ରାଇ ମାର୍ଚ୍ଚ ୧୭ରୁ ୨୦ ମଧ୍ୟରେ ଉଡୁପି ଜିଲ୍ଲାରେ ଏହି ମୋବାଇଲ୍ ନେଟୱାର୍କ ପରୀକ୍ଷଣ କରିଥିଲା। ଏୟାରଟେଲ୍, ବି.ଏସ୍.ଏନ୍.ଏଲ୍., ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍ ଆଇଡିଆ(ଭି.ଆଇ.)ର ନେଟୱାର୍କର ମୂଲ୍ୟାଙ୍କନ କରି ଏହା ୫୩୫.୫ କି.ମି. ସହରାଂଚଳ ମାର୍ଗ, ୧୫ଟି ପ୍ରମୁଖ ହଟସ୍ପଟ୍, ୯ କି.ମି. ୱାକ୍-ଇନ୍ ଟେଷ୍ଟିଙ୍ଗ୍ କ୍ଷେତ୍ର ଏବଂ ଉପକୂଳବର୍ତୀ ଅଂଚଳରେ ମୋବାଇଲ ସେବାର ଗୁଣବତା ଉପରେ ବ୍ୟାପକ ମୂଲ୍ୟାଙ୍କନ କରିଥିଲା।

ସରକାରୀ ରିପୋର୍ଟ ଅନୁଯାୟୀ, ନେଟୱର୍କ କଭରେଜ୍ ଦୃଷ୍ଟିରୁ, ଜିଓର ୪୬,୦୮୭ ନମୁନା ମଧ୍ୟରୁ କେବଳ ୪,୫୬୧ଟିରେ ଦୁର୍ବଳ ସଙ୍କେତ ଥିବା ଦେଖିବାକୁ ମିଳିଥିଲା, ଯେତେବେଳେ କି ଏୟାରଟେଲର ୫,୩୦୪, ଭୋଡାଫୋନ୍ ଆଇଡିଆ ୧୧,୨୧୯ ଏବଂ ବିଏସ୍ଏନ୍ଏଲ୍ର ସର୍ବାଧିକ ଦୁର୍ବଳ ସଙ୍କେତ ୧୮,୬୪୩ ଥିଲା। ଏଥିସହିତ, ୪୨୦ଟି ସଫଳ କଲ୍ ମଧ୍ୟରୁ କେବଳ ଗୋଟିଏ କଲ୍ ଡ୍ରପ୍ ସହିତ ଏୟାରଟେଲ୍ କଲ୍ ଡ୍ରପ୍ ଦୃଷ୍ଟିରୁ ସର୍ବୋତମ ପ୍ରଦର୍ଶନ କରିଥିଲା, ଯେତେବେଳେ କି ଜିଓ ଚାରିଟି, ଭୋଡାଫୋନ୍ ଆଇଡିଆ ୧୩ ଏବଂ ବିଏସ୍ଏନ୍ଏଲ୍ ସର୍ବାଧିକ ୨୨ଟି କଲ୍ ଡ୍ରପ୍ ରେକର୍ଡ଼ କରିଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande