ହରିୟାଣା ସିଏମ ଅଫିସ ଏବଂ ଚଣ୍ଡିଗଡ଼ ବାୟୁସେନା ସ୍କୁଲ ସମେତ ଅନେକ ସ୍କୁଲକୁ ବୋମା ଧମକ
ଚଣ୍ଡିଗଡ଼, ଜୁଲାଇ 1 (ହି.ସ.)-ପୁଣିଥରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସୈନିଙ୍କ କାର୍ଯ୍ୟାଳୟ ଏବଂ ଚଣ୍ଡିଗଡ଼ର ବାୟୁସେନା ସ୍କୁଲ ସମେତ ଅନେକ ସ୍କୁଲକୁ ବୋମା ଧମକ ମିଳିଛି। ଗ୍ରୀଷ୍ମ ଛୁଟି ପରେ ବୁଧବାର ସ୍କୁଲଗୁଡ଼ିକ ଖୋଲିବାର ପ୍ରଥମ ଦିନ ଥିଲା। ସ୍କୁଲଗୁଡ଼ିକ ଖୋଲିବା ମାତ୍ରେ ଧମକପୂର୍ଣ୍ଣ ଇମେଲ୍ ପା
ହରିୟାଣା ସିଏମ ଅଫିସ ଏବଂ ଚଣ୍ଡିଗଡ଼ ବାୟୁସେନା ସ୍କୁଲ ସମେତ ଅନେକ ସ୍କୁଲକୁ ବୋମା ଧମକ


ଚଣ୍ଡିଗଡ଼, ଜୁଲାଇ 1 (ହି.ସ.)-ପୁଣିଥରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସୈନିଙ୍କ କାର୍ଯ୍ୟାଳୟ ଏବଂ ଚଣ୍ଡିଗଡ଼ର ବାୟୁସେନା ସ୍କୁଲ ସମେତ ଅନେକ ସ୍କୁଲକୁ ବୋମା ଧମକ ମିଳିଛି। ଗ୍ରୀଷ୍ମ ଛୁଟି ପରେ ବୁଧବାର ସ୍କୁଲଗୁଡ଼ିକ ଖୋଲିବାର ପ୍ରଥମ ଦିନ ଥିଲା। ସ୍କୁଲଗୁଡ଼ିକ ଖୋଲିବା ମାତ୍ରେ ଧମକପୂର୍ଣ୍ଣ ଇମେଲ୍ ପାଇବାରୁ ପୋଲିସ ପ୍ରଶାସନ ଚିନ୍ତିତ ହୋଇପଡ଼ିଥିଲା।ଏହି ଧମକପୂର୍ଣ୍ଣ ମେଲ୍ ଚଣ୍ଡିଗଡ଼ର ସେକ୍ଟର ୩୭ରେ ଥିବା ସରକାରୀ ମଡେଲ୍ ସିନିୟର ସେକେଣ୍ଡାରୀ ସ୍କୁଲ (୩୭ବି) ଏବଂ କେନ୍ଦ୍ରୀୟ ବିଦ୍ୟାଳୟ (ସେକ୍ଟର ୪୭)କୁ ପଠାଯାଇଥିଲା।ମେଲରେ ଉଲ୍ଲେଖ ଥିଲା ବୋମା ଧମକ ,ଆଇଡି ଡ୍ରୋନ।ଚଣ୍ଡିଗଡ଼ର ସମସ୍ତ ସ୍କୁଲରେ ଅପରାହ୍ନ ୧:୧୧ ରେ ଏବଂ ସିଏମ ସୌନୀ ହରିୟାଣା କାର୍ଯ୍ୟାଳୟରେ ଅପରାହ୍ନ ୩:୧୧ ରେ ବୋମା ବିସ୍ଫୋରଣ ଏବଂ ଡ୍ରୋନ୍ ଆକ୍ରମଣ କରାଯିବ।ଚଣ୍ଡିଗଡ଼ର ସେକ୍ଟର-31ରେ ଥିବା ବାୟୁସେନା ସ୍କୁଲକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରିଦିଆଯାଇଥିଲା। ସୂଚନା ପାଇବା ମାତ୍ରେ ଚଣ୍ଡିଗଡ଼ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚି ସମଗ୍ର କ୍ୟାମ୍ପସରେ ତଲାସି ଆରମ୍ଭ କରିଥିଲେ।ପ୍ରାଥମିକ ସୂଚନା ଅନୁଯାୟୀ, ସ୍କୁଲ ପ୍ରଶାସନ ଏକ ଧମକପୂର୍ଣ୍ଣ ଇମେଲ୍ ପାଇଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ ସ୍କୁଲ କ୍ୟାମ୍ପସରେ ବୋମା ଅଛି। ଇମେଲର ଉତ୍ସ ଏବଂ ଆଇପି ଠିକଣା ଖୋଜିବା ପାଇଁ ତଦନ୍ତ ଚାଲିଛି।

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande