ଅହମ୍ମଦାବାଦର ବେଆଇନ ବାଣ କାରଖାନାରେ ବିସ୍ଫୋରଣ : ଜଣେ ଆହତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି
ଅହମ୍ମଦାବାଦ, ୨୦ ଜୁଲାଇ (ହି.ସ.)- ଗୁଜରାଟ ଅହମ୍ମଦାବାଦର ବସ୍ତ୍ରାଲ ଅଂଚଳରେ ଥିବା ଏକ ବେଆଇନ ବାଣ କାରଖାନାରେ ହୋଇଥିବା ଭୀଷଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଦୁର୍ଘଟଣାରେ ୯୫ ପ୍ରତିଶତ ପୋଡ଼ିହୋଇଥିବା ଆହତଙ୍କ ମଧ୍ୟରୁ ଜଣେ ସୋମବାର ସକାଳେ ସିଭିଲ୍ ଡାକ୍ତରଖାନାରେ ଚିକିତ୍ସାଧିନ
ଅହମ୍ମଦାବାଦର ବେଆଇନ ବାଣ କାରଖାନାରେ ବିସ୍ଫୋରଣ : ଜଣେ ଆହତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି


ଅହମ୍ମଦାବାଦ, ୨୦ ଜୁଲାଇ (ହି.ସ.)- ଗୁଜରାଟ ଅହମ୍ମଦାବାଦର ବସ୍ତ୍ରାଲ ଅଂଚଳରେ ଥିବା ଏକ ବେଆଇନ ବାଣ କାରଖାନାରେ ହୋଇଥିବା ଭୀଷଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଦୁର୍ଘଟଣାରେ ୯୫ ପ୍ରତିଶତ ପୋଡ଼ିହୋଇଥିବା ଆହତଙ୍କ ମଧ୍ୟରୁ ଜଣେ ସୋମବାର ସକାଳେ ସିଭିଲ୍ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଆହତମାନଙ୍କ ମଧ୍ୟରୁ ଚାରିଜଣ ବର୍ତମାନ ଚିକିତ୍ସିତ ହେଉଛନ୍ତି, ଜଣେ ମହିଳା ଏବେ ବି ଗୁରୁତର ଅବସ୍ଥାରେ ଅଛନ୍ତି ।

ସିଭିଲ ହସ୍ପିଟାଲର ଅଧୀକ୍ଷକ ଡା. ରାକେଶ ଯୋଶୀ କହିଛନ୍ତି ଯେ, ଦୁର୍ଘଟଣା ପରେ ଜଣେ ମହିଳା ଏବଂ ଚାରି ଜଣ ପୁରୁଷଙ୍କ ସମେତ ପାଂଚ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତନ୍ମଧ୍ୟରୁ ଜଣେ ପୁରୁଷ ୯୫ ପ୍ରତିଶତରୁ ଅଧିକ ଏବଂ ଜଣେ ମହିଳା ୭୫ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିଲେ । ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇ. ସି. ୟୁ. ରେ ଭର୍ତି କରାଯାଇଥିଲା ।

ଡାକ୍ତର ଯୋଶୀଙ୍କ କହିବା ଅନୁଯାୟୀ, ୯୫ ପ୍ରତିଶତ ପୋଡ଼ିହୋଇଥିବା ପୁରୁଷ ରୋଗୀ ସୋମବାର ଭୋର୍ ପ୍ରାୟ ୨ଟା ୧୫ ମିନିଟରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଡାକ୍ତରମାନେ ତାଙ୍କୁ ବଂଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ଗୁରୁତର ପୋଡ଼ି ହୋଇଯିବା କାରଣରୁ ତାଙ୍କ ଜୀବନ ବଂଚାଯାଇପାରିନଥିଲା ।

ସେ କହିଛନ୍ତି ଯେ ବର୍ତମାନ ଡାକ୍ତରଖାନାର ବର୍ଣ୍ଣ ୱାର୍ଡରେ ଯେଉଁ ରୋଗୀମାନେ ଭର୍ତି ହୋଇଛନ୍ତି । ତନ୍ମଧ୍ୟରେ ଜଣେ ୪୦ ପ୍ରତିଶତ ଏବଂ ଅନ୍ୟ ଜଣକ ୨୦ ପ୍ରତିଶତ ପୋଡ଼ି ଯାଇଛନ୍ତି । ଗୋଟିଏ ସିଭିଲ୍ ହସ୍ପିଟାଲରେ ଉପଲବ୍ଧ ସ୍କିନ୍ ବ୍ୟାଙ୍କ୍ ସହାୟତାରେ, ୪୦ ପ୍ରତିଶତ ପୋଡ଼ିହୋଇଥିବା ରୋଗୀଙ୍କ ଶରୀରର ପ୍ରାୟ ୨୮ ପ୍ରତିଶତ ଏବଂ ୨୦ ପ୍ରତିଶତ ପୋଡ଼ିହୋଇଥିବା ରୋଗୀଙ୍କ ପ୍ରାୟ ୧୫ ପ୍ରତିଶତ ଅଂଶରେ ଦାନରୁ ମିଳିଥିବା ଚର୍ମ (ସ୍କିନ୍ ଗ୍ରାଫ୍ଟ) ପ୍ରୟୋଗ କରାଯାଇଛି । ଉଭୟଙ୍କୁ ପ୍ଲାଷ୍ଟିକ୍ ସର୍ଜରୀ ଏବଂ ପୋଡ଼ା ବିଶେଷଜ୍ଞଙ୍କ ଏକ ଦଳ ଦ୍ୱାରା ଚିକିତ୍ସା କରାଯାଉଛି । ଭର୍ତି ହୋଇଥିବା ତୃତୀୟ ରୋଗୀଙ୍କ ଅବସ୍ଥା ସ୍ୱାଭାବିକ୍ ବୋଲି କୁହାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande