ରାଷ୍ଟ୍ରପତିଙ୍କ ସହ ତିନି ଦେଶ ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିମୁବେନ୍ ବାମ୍ଭାନିଆ
ଭାବନଗର, ୨୦ ଜୁଲାଇ (ହି.ସ.)- ଗୁଜରାଟର ଭାବନଗର-ବୋଟାଦର ସାଂସଦ ତଥା କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ରାଷ୍ଟ୍ରମନ୍ତ୍ରୀ ନିମୁବେନ୍ ବାମ୍ଭାନିଆ ମଧ୍ୟ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସହିତ ବିଦେଶ ଗସ୍ତରେ ଭାରତୀୟ ପ୍ରତିନିଧି ଦଳର ସଦସ୍ୟ ଭାବେ ସାମିଲ୍ ଅଛନ୍ତି । ତାଙ୍କ ସହି
ରାଷ୍ଟ୍ରପତିଙ୍କ ସହ ତିନି ଦେଶ ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିମୁବେନ୍ ବାମ୍ଭାନିଆ


ଭାବନଗର, ୨୦ ଜୁଲାଇ (ହି.ସ.)- ଗୁଜରାଟର ଭାବନଗର-ବୋଟାଦର ସାଂସଦ ତଥା କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ରାଷ୍ଟ୍ରମନ୍ତ୍ରୀ ନିମୁବେନ୍ ବାମ୍ଭାନିଆ ମଧ୍ୟ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସହିତ ବିଦେଶ ଗସ୍ତରେ ଭାରତୀୟ ପ୍ରତିନିଧି ଦଳର ସଦସ୍ୟ ଭାବେ ସାମିଲ୍ ଅଛନ୍ତି । ତାଙ୍କ ସହିତ ରାଜ୍ୟସଭା ସାଂସଦ ଡଃ. ଦିନେଶ ଶର୍ମା ଏବଂ ଲୋକସଭା ସାଂସଦ ବିଜୟ ବାଘେଲ ମଧ୍ୟ ଏହି ପ୍ରତିନିଧି ଦଳରେ ସାମିଲ ଅଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଲଡୋଭା, ଉତର ମାସିଡୋନିଆ ଏବଂ ରୋମାନିଆକୁ ସରକାରୀ ଗସ୍ତରେ ବାହାରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମୁର୍ମୁ ମୋଲଡୋଭା ଗସ୍ତ କରିବେ । ମୋଲଡୋଭାକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଐତିହାସିକ ଗସ୍ତ ହେବ । ଏହି ଅବସରରେ ସେ ମୋଲଡୋଭାର ରାଷ୍ଟ୍ରପତି ମାୟା ସାଣ୍ଡୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହା ବ୍ୟତୀତ ସଂସଦର ଅଧ୍ୟକ୍ଷ ଇଗୋର ଗ୍ରୋସୁ, ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟ ଏବଂ ଭାରତୀୟ ସମୁଦାୟକୁ ମଧ୍ୟ ଭେଟିବେ । ରାଷ୍ଟ୍ରପତି ଏକ ବ୍ୟବସାୟିକ ମଂଚକୁ ମଧ୍ୟ ସମ୍ବୋଧିତ କରିବେ । ଦ୍ୱିତୀୟ ପର୍ଯ୍ୟାୟରେ, ଜୁଲାଇ ୨୧ ରୁ ୨୨ ତାରିଖ ମଧ୍ୟରେ, ରାଷ୍ଟ୍ରପତି ଉତର ମାସିଡୋନିଆ ଗସ୍ତ କରିବେ । ଏହା ମଧ୍ୟ ଏହି ଦେଶକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ପ୍ରଥମ ସରକାରୀ ଗସ୍ତ ହେବ ।

ଏହା ପରେ, ଜୁଲାଇ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ରୋମାନିଆ ଗସ୍ତ କରିବେ, ଯେଉଁଠାରେ ସେ ସେଠାକାର ରାଷ୍ଟ୍ରପତି, କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଏବଂ ସିନେଟ୍ ର ଅଧ୍ୟକ୍ଷଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ତଥା ବିଭିନ୍ନ ବିଶ୍ୱ ତଥା ଆଂଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande