ଉପରାଷ୍ଟ୍ରପତି, କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ ଚନ୍ଦ୍ରଶେଖର ଆଜାଦଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ
ନୂଆଦିଲ୍ଲୀ, ୨୩ ଜୁଲାଇ (ହି.ସ.)- ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମହାନ ବିପ୍ଳବୀ ଚନ୍ଦ୍ରଶେଖର ଆଜାଦଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ସାହସ,
ଉପରାଷ୍ଟ୍ରପତି, କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ ଚନ୍ଦ୍ରଶେଖର ଆଜାଦଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ


ନୂଆଦିଲ୍ଲୀ, ୨୩ ଜୁଲାଇ (ହି.ସ.)- ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମହାନ ବିପ୍ଳବୀ ଚନ୍ଦ୍ରଶେଖର ଆଜାଦଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ସାହସ, ଦେଶପ୍ରେମ ଏବଂ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରିଥିଲେ। ନେତାମାନେ କହିଥିଲେ ଯେ, ଆଜାଦଙ୍କ ଜୀବନ ହେଉଛି ମାତୃଭୂମି ପ୍ରତି ବଳିଦାନ, ଆତ୍ମସମ୍ମାନ ଏବଂ ସମର୍ପଣର ଏକ ଅନନ୍ୟ ଉଦାହରଣ, ଯାହା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ।

ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ମହାନ ବିପ୍ଳବୀ ଚନ୍ଦ୍ରଶେଖର ଆଜାଦଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମର ଏକ ଉଜ୍ଜ୍ୱଳ ପ୍ରତୀକ ଭାବରେ ସେ ଦେଶ ପ୍ରତି ଅସାଧାରଣ ସାହସ ଏବଂ ଅତୁଟ ଆନୁଗତ୍ୟର ଉଦାହରଣ ଦେଇଛନ୍ତି। ତାଙ୍କ ଜୀବନ ଅସଂଖ୍ୟ ଯୁବ ଭାରତୀୟଙ୍କୁ ମାତୃଭୂମିର ସେବାରେ ନିଜକୁ ଉତ୍ସର୍ଗ କରିବାକୁ ପ୍ରେରଣା ଯେଗାଉଥିବ। ତାଙ୍କର ଅବିସ୍ମରଣୀୟ ପରମ୍ପରା ପିଢ଼ି ପିଢ଼ି ଧରି ଦେଶପ୍ରେମର ଭାବନାକୁ ଜାଗ୍ରତ କରିବ।

ଲୋକସଭା ବାଚସ୍ପତି ଓମ୍ ବିର୍ଲା ଚନ୍ଦ୍ରଶେଖର ଆଜାଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ଦେଶ ପାଇଁ ଉତ୍ସର୍ଗୀକୃତ ତାଙ୍କର ସମଗ୍ର ଜୀବନ ସର୍ବଦା ପ୍ରେରଣା ଯୋଗାଇବ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଚନ୍ଦ୍ରଶେଖର ଆଜାଦ ମାତୃଭୂମିର ସ୍ୱାଧୀନତାକୁ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ କରିଥିଲେ ଏବଂ ଦେଶ ପାଇଁ ନିଜର ସବୁକିଛି ଉତ୍ସର୍ଗ କରିଥିଲେ। ସେ କହିଥିଲେ ଯେ, କାକୋରୀ ଟ୍ରେନ୍ ଆକ୍ସନ ଜରିଆରେ ଆଜାଦ ବ୍ରିଟିଶ ଶାସନକୁ ସ୍ପଷ୍ଟ ବାର୍ତା ଦେଇଥିଲେ ଯେ, ଦେଶର ସମ୍ବଳ ଉପରେ କେବଳ ଦେଶବାସୀଙ୍କ ଅଧିକାର ରହିଛି। ଅମିତ ଶାହା ଏହା ମଧ୍ୟ କହିଛନ୍ତି ଯେ, ଆଜାଦ ଏକ ପିଢ଼ିର ବିପ୍ଳବୀ ସୃଷ୍ଟି କରିଥିଲେ ଯେଉଁମାନେ ବିଦେଶୀ ଶାସନର ମୂଳଦୁଆକୁ ଦୋହଲାଇ ଦେଇଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ ଯେ, ଚନ୍ଦ୍ରଶେଖର ଆଜାଦ କେବଳ ବ୍ରିଟିଶ ଶାସନ ବିରୁଦ୍ଧରେ ଆଜୀବନ ସଂଗ୍ରାମ ଚଳାଇ ନଥିଲେ, ବରଂ ପ୍ରତ୍ୟେକ ଭାରତୀୟଙ୍କ ମନରେ ଆତ୍ମସମ୍ମାନ, ଆତ୍ମବିଶ୍ୱାସ ଏବଂ ଜାତୀୟ ଚେତନା ଜାଗ୍ରତ କରିଥିଲେ। ସେ କହିଥିଲେ ଯେ, ଆଜାଦଙ୍କ ଅଦମ୍ୟ ସାହସ, ଅତୁଟ ସଂକଳ୍ପ ଏବଂ ସର୍ବୋଚ୍ଚ ବଳିଦାନ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନୂତନ ଶକ୍ତି ପ୍ରଦାନ କରିଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande