ମଣିପୁର ହିଂସା ମାମଲାରେ ପ୍ରତିଦିନ ଶୁଣାଣି ଉପରେ ବିଚାର କରନ୍ତୁ ଫାଷ୍ଟ ଟ୍ରାକ୍ କୋର୍ଟ : ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ, ୨୪ ଜୁଲାଇ (ହି.ସ.)- ସର୍ବୋଚ୍ଚ ନ୍ୟାୟାଳୟ ମଣିପୁର ହିଂସା ସହ ଜଡ଼ିତ ମାମଲାଗୁଡ଼ିକର ଶୁଣାଣିକୁ ଦ୍ରୁତ କରିବା ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟରେ ପ୍ରତିଦିନ ଶୁଣାଣି କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ବେଂଚ ତଦନ୍ତକାରୀ ସଂସ୍ଥାମାନଙ୍କୁ
ମଣିପୁର ହିଂସା ମାମଲାରେ ପ୍ରତିଦିନ ଶୁଣାଣି ଉପରେ ବିଚାର କରନ୍ତୁ ଫାଷ୍ଟ ଟ୍ରାକ୍ କୋର୍ଟ : ସୁପ୍ରିମ କୋର୍ଟ


ନୂଆଦିଲ୍ଲୀ, ୨୪ ଜୁଲାଇ (ହି.ସ.)- ସର୍ବୋଚ୍ଚ ନ୍ୟାୟାଳୟ ମଣିପୁର ହିଂସା ସହ ଜଡ଼ିତ ମାମଲାଗୁଡ଼ିକର ଶୁଣାଣିକୁ ଦ୍ରୁତ କରିବା ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟରେ ପ୍ରତିଦିନ ଶୁଣାଣି କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ବେଂଚ ତଦନ୍ତକାରୀ ସଂସ୍ଥାମାନଙ୍କୁ ଲମ୍ବିତ ତଦନ୍ତ ଯଥାଶୀଘ୍ର ଶେଷ କରିବାକୁ ଏବଂ ପୀଡ଼ିତମାନଙ୍କୁ ଏକ ସପ୍ତାହ ମଧ୍ୟରେ ଚାର୍ଜଶିଟ୍ର ପ୍ରତି ଉପଲବ୍ଧ କରାଇବାକୁ ଆଦେଶ ଦେଇଛନ୍ତି। କୋର୍ଟ ଏହି ମାମଲାରେ ସଦ୍ୟତମ ସ୍ଥିତି ରିପୋର୍ଟ ତଲବ କରିଛନ୍ତି।

ଶୁଣାଣି ସମୟରେ କୋର୍ଟ ଦେଖିଥିଲେ ଯେ ଅନେକ ପୀଡ଼ିତ ଓ ସେମାନଙ୍କ ପରିବାରବର୍ଗଙ୍କୁ ସିବିଆଇ ଓ ଏସଆଇଟି ପକ୍ଷରୁ ଦାଖଲ ହୋଇଥିବା ଚାର୍ଜଶିଟ୍ର ପ୍ରତି ମିଳିନାହିଁ। ଏହାପରେ କୋର୍ଟ ପୀଡ଼ିତମାନଙ୍କ ପକ୍ଷରୁ ଉପସ୍ଥିତ ରାଜ୍ୟ ବିଧିକ ସହାୟତା ପ୍ରାଧିକରଣର ଆଇନଜୀବୀମାନଙ୍କୁ ଚାର୍ଜଶିଟ୍ର ପ୍ରତି ପାଇବା ପାଇଁ ଗୁୱାହାଟୀ ଉଚ୍ଚ ନ୍ୟାୟାଳୟ ଓ ମଣିପୁର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ କରିବାକୁ ଅନୁମତି ଦେଇଥିଲେ। କୋର୍ଟ ତଦନ୍ତକାରୀ ସଂସ୍ଥାମାନଙ୍କୁ କହିଥିଲେ ଯେ ସେମାନେ ଏକ ସପ୍ତାହ ମଧ୍ୟରେ ପୀଡ଼ିତମାନଙ୍କୁ ଚାର୍ଜଶିଟ୍ର ପ୍ରତି ଉପଲବ୍ଧ କରାନ୍ତୁ।

ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାୟମୂର୍ତୀ ଗୀତା ମିତଲଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିକୁ ପୀଡ଼ିତମାନଙ୍କ ପୁନର୍ବାସ ଓ ସେମାନଙ୍କ କଲ୍ୟାଣ ପାଇଁ ଗଠନ କରିଥିଲେ। ଏହି କମିଟିରେ ନ୍ୟାୟମୂର୍ତି ଗୀତା ମିତଲଙ୍କ ସହ ନ୍ୟାୟମୂର୍ତି ଶାଳିନୀ ଯୋଶୀ ଏବଂ ନ୍ୟାୟମୂର୍ତି ଆଶା ମେନନଙ୍କୁ ସାମିଲ କରାଯାଇଥିଲା। କୋର୍ଟ ସିବିଆଇ ତଦନ୍ତର ନିରୀକ୍ଷଣ ପାଇଁ ପୂର୍ବତନ ଆଇପିଏସ ଅଧିକାରୀ ଦତାତ୍ରେୟ ପଦ୍ସାଲଗିକରଙ୍କୁ ନିଯୁକ୍ତ କରିଥିଲେ। ମଣିପୁରରେ ମେ, ୨୦୨୩ରେ ଆରମ୍ଭ ହୋଇଥିବା ହିଂସାରେ ଏପର୍ଯ୍ୟନ୍ତ ଦୁଇଶରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ହିଂସାରେ ହଜାର ହଜାର ଲୋକ ଘରଛଡ଼ା ହୋଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିର ମାନ୍ୟତା ଦେବା ଦାବି ବିରୋଧରେ ପ୍ରଦର୍ଶନ ହେବା ପରେ ଏହି ହିଂସା ଭଡ଼କି ଉଠିଥିଲା।

-------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande