
ନୂଆଦିଲ୍ଲୀ, ୨୬ ଜୁଲାଇ (ହି.ସ.): ପ୍ରସିଦ୍ଧ ପ୍ରଯୁକ୍ତି ବିଶେଷଜ୍ଞ ନନ୍ଦନ ନିଳେକଣିଙ୍କ ନେତୃତ୍ୱରେ ପରୀକ୍ଷା ସଂସ୍କାର ପାଇଁ ଏକ ଉଚ୍ଚାଧିକାର ପ୍ରାପ୍ତ କାର୍ଯ୍ୟବଳ ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ତାଙ୍କ ଇନ୍ଷ୍ଟା ଭିଡିଓ ବାର୍ତାରେ ଏହି ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ପ୍ରଣାଳୀରେ ବିଶ୍ୱାସ, ପାରଦର୍ଶିତା ଓ ଅଧିକ ପ୍ରଯୁକ୍ତି ବ୍ୟବହାରକୁ ମନେରଖି, ବିଶ୍ୱ ବିଖ୍ୟାତ ପ୍ରଯୁକ୍ତି ବିଶେଷଜ୍ଞ ନନ୍ଦନ ନିଳେକଣିଙ୍କ ନେତୃତ୍ୱରେ ଏହି ଉଚ୍ଚାଧିକାର ପ୍ରାପ୍ତ କାର୍ଯ୍ୟବଳ ଗଠନର ସିଦ୍ଧାନ୍ତ ନିଆଯାଇଛି। ଏହି କାର୍ଯ୍ୟବଳ ‘ପରୀକ୍ଷା ସଂସ୍କାର’ ଉପରେ କେନ୍ଦ୍ରିତ ହେବ ଏବଂ ଏହାର ରିପୋର୍ଟ ଆଧାରରେ ଆଗାମୀ ପରୀକ୍ଷାମାନଙ୍କର ବିଶ୍ୱସନୀୟତା ଶୀଘ୍ର ସୁନିଶ୍ଚିତ କରାଯିବ।
ସେ ଆହୁରି କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ କେନ୍ଦ୍ର ସରକାର ଲଗାତାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ କରୁଥିବା ଅଭିଯୁକ୍ତମାନେ ଜେଲରେ ଅଟକ ରହିଛନ୍ତି। ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରାଯାଇଛି ଏବଂ ସଂସଦରେ ମଧ୍ୟ କଠୋର ବ୍ୟବସ୍ଥା ସହିତ ନୂଆ ଆଇନ ଆଣିବା ପ୍ରକ୍ରିୟା ଚାଲିଛି।
ଉଲ୍ଲେଖନୀୟ ଯେ, ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିରୋଧରେ ସିଜେପିର ଯୁବକେନ୍ଦ୍ରିତ ଆନ୍ଦୋଳନ ପରେ ସରକାର ପରୀକ୍ଷା ସଂସ୍କାର ଦିଗରେ ଧାରାବାହିକ ପଦକ୍ଷେପ ନେଉଛି। ପ୍ରଥମ ପର୍ଯ୍ୟାୟରେ ଏହା ସମ୍ବନ୍ଧୀୟ ଆଇନକୁ କଠୋର କରାଯାଇଥିବାବେଳେ, ବର୍ତ୍ତମାନ ଏହି କାର୍ଯ୍ୟବଳ ଗଠନ କରାଯାଇଛି
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ