
ନୂଆଦିଲ୍ଲୀ, 26 ଜୁଲାଇ (ହି.ସ.) କାର୍ଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସେନାବାହିନୀର ବୀର ଯବାନମାନଙ୍କ ଅପରିମିତ ସାହସ ଓ ତ୍ୟାଗକୁ ସ୍ମରଣ କରିଛନ୍ତି। ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ଏହି ଦିନ ଆମର ବୀର ସେନାମାନଙ୍କ ବୀରତ୍ୱକୁ ସ୍ମରଣ କରିବାର ଏକ ପବିତ୍ର ଅବସର।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କାର୍ଗିଲର ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ସେନାମାନେ ଯେପରି ଅଦ୍ଭୁତ ସାହସ ଦେଖାଇଥିଲେ, ସେହି ବୀରତ୍ୱ ଚିରସ୍ମରଣୀୟ। ସେମାନଙ୍କର ତ୍ୟାଗ ଓ ଦେଶପ୍ରେମ ଆଜି ମଧ୍ୟ ପ୍ରତ୍ୟେକ ଭାରତବାସୀଙ୍କୁ ପ୍ରେରଣା ଦେଇଆସୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ