କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ
ନୂଆଦିଲ୍ଲୀ, 26 ଜୁଲାଇ (ହି.ସ.)- ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରହ୍ଲାଦ ଯୋଶୀ । ଏହି ଅବସରରେ ସେ କହିଛନ୍ତି ଯେ, ଆଜି ମୁଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ମୋ
କେନ୍ଦ୍ର ଶିକ୍ଷାମନ୍ତ୍ରୀ     ଭାବେ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ


ନୂଆଦିଲ୍ଲୀ, 26 ଜୁଲାଇ (ହି.ସ.)- ଆଜି କେନ୍ଦ୍ର

ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରହ୍ଲାଦ ଯୋଶୀ । ଏହି ଅବସରରେ ସେ

କହିଛନ୍ତି ଯେ, ଆଜି ମୁଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛି।

ପ୍ରଧାନମନ୍ତ୍ରୀ ଶ୍ରୀ

ନରେନ୍ଦ୍ର ମୋଦୀଜୀ ମୋ ଉପରେ ଭରସା ରଖି ଏହି ଗୁରୁଦାୟିତ୍ୱ ଅର୍ପଣ କରିଥିବାରୁ ମୁଁ ତାଙ୍କ

ପ୍ରତି କୃତଜ୍ଞ। ମୁଁ ନମ୍ରତା ଓ ଗଭୀର କର୍ତ୍ତବ୍ୟବୋଧ ସହିତ ଏହି ଦାୟିତ୍ୱକୁ ଗ୍ରହଣ କରୁଛି।

ଧାରୱାଦ ଲୋକସଭା

ନିର୍ବାଚନମଣ୍ଡଳୀର ସାଂସଦ ପ୍ରହ୍ଲାଦ ଯୋଶୀ ଏବେ କେନ୍ଦ୍ରରେ ଖାଉଟି ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରୀ

ଅଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଗତକାଲି

ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande