ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଲିଙ୍ଗ ନିରପେକ୍ଷ ଢାଂଚାର ଶୁଭାରମ୍ଭ ପ୍ରତିରକ୍ଷା ମନ୍ତ୍ରୀ ରାଜ୍ନାଥ୍ ସିଂହଙ୍କ ଦ୍ୱାରା ଦୁଇଟି ଗୁରୁତ୍ୱପୂର୍ଣ୍ଣ ନୀତିଗତ ସଂସ୍କାରର ଶୁଭାରମ୍ଭ
ନୂଆଦିଲ୍ଲୀ, ଜୁଲାଇ ୨୮ (ହି.ସ.) - ଭାରତୀୟ ତଟରକ୍ଷୀ ବାହିନୀ (ଆଇ. ସି. ଜି.) ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନୀତିଗତ ସଂସ୍କାର ହାତକୁ ନିଆଯାଇଛି, ଯାହାର ଉଦଘାଟନ ପ୍ରତିରକ୍ଷା ମନ୍ତ୍ରୀ, ଶ୍ରୀ ସିଂହ, ମଙ୍ଗଳବାର ନୂଆଦିଲ୍ଲୀର କର୍ତବ୍ୟ ଭବନ-୨ରେ କରିଛନ୍ତି। ଅଧିକାରୀମାନଙ୍କ ନିଯୁକ୍ତି ଏବଂ ସେବା ସର୍
ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଲିଙ୍ଗ ନିରପେକ୍ଷ ଢାଂଚାର ଶୁଭାରମ୍ଭ ପ୍ରତିରକ୍ଷା ମନ୍ତ୍ରୀ ରାଜ୍ନାଥ୍ ସିଂହଙ୍କ ଦ୍ୱାରା ଦୁଇଟି ଗୁରୁତ୍ୱପୂର୍ଣ୍ଣ ନୀତିଗତ ସଂସ୍କାରର ଶୁଭାରମ୍ଭ


ନୂଆଦିଲ୍ଲୀ, ଜୁଲାଇ ୨୮ (ହି.ସ.) - ଭାରତୀୟ ତଟରକ୍ଷୀ ବାହିନୀ (ଆଇ. ସି. ଜି.) ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନୀତିଗତ ସଂସ୍କାର ହାତକୁ ନିଆଯାଇଛି, ଯାହାର ଉଦଘାଟନ ପ୍ରତିରକ୍ଷା ମନ୍ତ୍ରୀ, ଶ୍ରୀ ସିଂହ, ମଙ୍ଗଳବାର ନୂଆଦିଲ୍ଲୀର କର୍ତବ୍ୟ ଭବନ-୨ରେ କରିଛନ୍ତି। ଅଧିକାରୀମାନଙ୍କ ନିଯୁକ୍ତି ଏବଂ ସେବା ସର୍ତରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ଏବଂ କର୍ତବ୍ୟ ପାଳନ ସମୟରେ ସମୁଦ୍ରରେ ନିଖୋଜ ହୋଇଥିବା କର୍ମଚାରୀଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ପ୍ରଶାସନିକ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏହାର ଉଦ୍ଦେଶ୍ୟ। ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ନାରୀ ଶକ୍ତି ପ୍ରତି ଆମର ପ୍ରତିବଦ୍ଧତାର ଅନୁରୂପ, ଆଇସିଜିରେ ମହିଳା ଅଧିକାରୀମାନଙ୍କୁ ନିଯୁକ୍ତି, ତାଲିମ ଏବଂ ସ୍ଥାୟୀ ନିଯୁକ୍ତି ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଆମେ ଏକ ଲିଙ୍ଗ ନିରପେକ୍ଷ ଢାଂଚା ଆରମ୍ଭ କରିଛୁ।

ଏହା ବ୍ୟତୀତ, ତଟରକ୍ଷୀ କର୍ମଚାରୀଙ୍କ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ, ଆମେ କର୍ତବ୍ୟରେ ସମୁଦ୍ରରେ ନିଖୋଜ କର୍ମଚାରୀଙ୍କ ସମ୍ପର୍କୀୟଙ୍କ ପାଇଁ ଅନୁକମ୍ପା ରାଶି ଏବଂ ସହାୟତା ପ୍ରକ୍ରିୟାକୁ ସରଳ ଏବଂ ତ୍ୱରାନ୍ୱିତ କରିଛୁ ବୋଲି ସିଂ କହିଛନ୍ତି। ଯେଉଁମାନେ ଆମର ସାମୁଦ୍ରିକ ସୀମାକୁ ସୁରକ୍ଷା ଦେଉଛନ୍ତି, ସେମାନଙ୍କ ପରିବାର ସହିତ ଏକ କୃତଜ୍ଞ ରାଷ୍ଟ୍ର ଦୃଢତାର ସହ ଛିଡା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ଗତ ପାଂଚ ଦଶନ୍ଧି ମଧ୍ୟରେ ଆଇସିଜିର ଅସାଧାରଣ ସେବାକୁ ପ୍ରଶଂସା କରିଥିଲେ ଏବଂ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଏହି ଦୂରଦର୍ଶୀ ନୀତି ୨୦୨୭ ରେ ଏହାର ସୁବର୍ଣ୍ଣ ଜୟନ୍ତୀ ଆଡ଼କୁ ଅଗ୍ରସର ହେଉଥିବାବେଳେ ବାହିନୀର ମନୋବଳ ଏବଂ ପରିଚାଳନା କ୍ଷମତାକୁ ଆହୁରି ମଜବୁତ କରିବ।

ଲିଙ୍ଗ-ନିରପେକ୍ଷ ପ୍ରବେଶ ଏବଂ କ୍ୟାରିୟର ପ୍ରଗତି ପ୍ରଥମ ନୀତି ନିର୍ଦ୍ଦେଶ ଆଇସିଜିରେ ଅଧିକାରୀ ନିଯୁକ୍ତି ପାଇଁ ଏକ ଲିଙ୍ଗ-ନିରପେକ୍ଷ ଢାଂଚା କାର୍ଯ୍ୟକାରୀ କରି ଏକ ବ୍ୟାପକ, ମହିଳା କୈନ୍ଦ୍ରିକ ଆଭିମୁଖ୍ୟ ପ୍ରତିଷ୍ଠା କରେ । ଏହି ନୀତିର ପ୍ରମୁଖ ବିଶେଷତ୍ୱଗୁଡ଼ିକ ମଧ୍ୟରେ ସ୍ୱଳ୍ପକାଳୀନ ସେବା ନିଯୁକ୍ତି (ଏସ୍. ଏସ୍. ଏ.) ଏବଂ ସ୍ଥାୟୀ ନିଯୁକ୍ତି (ପି. ଏ.) ରେ ମହିଳା ପ୍ରାର୍ଥୀଙ୍କୁ ସେମାନଙ୍କ ପୁରୁଷ ପ୍ରତିପକ୍ଷଙ୍କ ସହ ସମାନ ଭାବେ ସାମିଲ କରିବା ସାମିଲ ରହିଛି। ପୁରୁଷ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଏସ୍. ଏସ୍. ଏ. ର ବିକଳ୍ପ ଖୋଲାଯାଇଛି। ଏହି ନୀତି ପ୍ରାରମ୍ଭିକ ପ୍ରଶିକ୍ଷଣ ପର୍ଯ୍ୟାୟରୁ କ୍ୟାରିଅର ଅଗ୍ରଗତି ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରେ । ବର୍ତମାନର ମହିଳା ପି. ଏ. ଅଧିକାରୀମାନଙ୍କୁ ମଧ୍ୟ ଉଚ୍ଚ ପଦବୀକୁ ପଦୋନ୍ନତି ପାଇଁ ବିଚାର କରାଯିବ, ଯାହା ଯୋଗ୍ୟତା ସର୍ତ ପୂରଣ ଉପରେ ନିର୍ଭର କରିବ। ଏସ୍. ଏସ୍. ଏ. ରେ କାର୍ଯ୍ୟ କରୁଥିବା ବର୍ତମାନର ମହିଳା ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସର୍ତାବଳୀ ପୂରଣ କରିବା ସହିତ ସେମାନଙ୍କ ସେବାକୁ ପି. ଏ. କୁ ପରିବର୍ତନ କରିବାର ବିକଳ୍ପ ମଧ୍ୟ ପ୍ରଦାନ କରାଯିବ। ଏହି ପ୍ରଗତିଶୀଳ ପଦକ୍ଷେପ ନାରୀ ଶକ୍ତି ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଏବଂ ଦେଶର ସାମୁଦ୍ରିକ ସୁରକ୍ଷା ଉପକରଣରେ ସମାନ ସୁଯୋଗକୁ ପ୍ରତିଫଳିତ କରୁଛି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande